Latest Odisha News

BREAKING NEWS

Maoist explosives bunker:ଜଙ୍ଗଲରୁ ମାଓ ବଙ୍କର ଠାବ; ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ଜଙ୍ଗଲରୁ ସୁରକ୍ଷାକର୍ମୀ ମାଓବାଦୀଙ୍କ ଏକ ବଡ ବଙ୍କରକୁ ଠାବ କରିଛନ୍ତି । ସେଠାରୁ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଜିନିଷ ଜବତ କରାଯାଇଛି। ଏହି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅଞ୍ଚଳର ଡୋଡିତୁମନାର୍ ଗାଁରେ ଘଟିଛି। ଏଏସ୍ପି ରବିନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି ।

ବଙ୍କରରୁ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଉପଯୋଗୀ ଉପକରଣ ଉଦ୍ଧାର କରାଯାଇଥିଲା। ଏଥିରେ ଏକ ଦେଶୀ BGL ଲଞ୍ଚର, 29ଟି BGL ସେଲ୍, ପ୍ରାୟ ପଚାଶ ମିଟର କର୍ଡେକ୍ସ ତାର ଏବଂ ଦୁଇଟି ପ୍ଲାଷ୍ଟିକ୍ ଡ୍ରମ୍ ଅନ୍ତର୍ଭୁକ୍ତ ଥିଲା। ଦୁଇଟି ହୋଣ୍ଡା ଜେନେରେଟର, ଦୁଇଟି ଲେଥ୍ ମେସିନ୍, ଗୋଟିଏ ଇନଭର୍ଟର, ଚାରୋଟି ବଡ଼ ଏବଂ ଗୋଟିଏ ଛୋଟ ବ୍ୟାଟେରୀ ଏବଂ ଆଠଟି ସୌର ପ୍ୟାନେଲ୍ ମଧ୍ୟ ଉଦ୍ଧାର କରାଯାଇଥିଲା। ଗୋଟିଏ ମୋଟର, ଗୋଟିଏ ୱେଲ୍ଡିଂ ମେସିନ୍ ଏବଂ ଏକ ଡ୍ରିଲ୍ ମଧ୍ୟ ଲୁଚାଇ ରଖାଯାଇଥିଲା।

ସୂଚନାଥାଉକି, ପିଡିଆର ପୋଲିସ ସହାୟତା କେନ୍ଦ୍ର ଏବଂ ଗଙ୍ଗାଲୋର ପୋଲିସ ଷ୍ଟେସନର ଏକ ମିଳିତ ଦଳ ଏକ ସନ୍ଧାନ ଅଭିଯାନ ଚଳାଇଥିଲେ। ଏହି ଅଭିଯାନ ସମୟରେ, ଯବାନମାନେ ଜଙ୍ଗଲରେ ଲୁଚି ରହିଥିବା ଏକ ନକ୍ସଲ ବଙ୍କର ଠାବ କରିଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମାଓବାଦୀମାନେ ଏହି ସାମଗ୍ରୀଗୁଡ଼ିକୁ ବିସ୍ଫୋରକ ଏବଂ ଅନ୍ୟାନ୍ୟ ବୈଷୟିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରୁଥିଲେ। ପୋଲିସ ସମସ୍ତ ଉଦ୍ଧାର ସାମଗ୍ରୀ ଜବତ କରିଛି ଏବଂ ଏହି ମାମଲାରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ପାଇଁ ଏକ ବଡ଼ ଆଘାତ ।

Comments are closed.