Latest Odisha News

BREAKING NEWS

ହାଇଟେକ୍ ମେଡିକାଲ ବିସ୍ଫୋରଣ ଟ୍ରାଜେଡି: କର୍ତ୍ତୁପକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ବର: ହାଇଟେକ୍ ମେଡ଼ିକାଲ କଲେଜ ବିସ୍ଫୋରଣ ଟ୍ରାଜେଡି । ଘଟଣାରେ ଗତ ୩୦ ତାରିଖରେ ଯୁବକ ଦିଲ୍ଲୀପ ସାମନ୍ତରାୟ ମୃତ୍ୟୁବରଣ କରିଥିବା କୁହାଯାଉଥିବା ବେଳେ, ଏବେ କିନ୍ତୁ ଦିଲ୍ଲୀପ ଜୀବିତ ଥିବା ସ୍ପଷ୍ଟ କରିଛନ୍ତି ମେଡିକାଲ କର୍ତ୍ତୁପକ୍ଷ । ଅନ୍ୟପଟେ ଏସବୁ ଭିତରେ ମାତ୍ର ୨ ବର୍ଷ ତଳେ ବିବାହ କରିଥ‌ିବା ଦିଲ୍ଲୀପଙ୍କ ସ୍ତ୍ରୀ ସୌମ୍ୟାଶ୍ରୀ ଜେନା ସ୍ବାମୀଙ୍କ ମୃତ୍ୟୁକୁ ସହ୍ୟ କରି ନପାରି ଗତ ୧ ତାରିଖରେ ବାପଘରେ ନିଜ ଜୀବନ ହାରିଥିଲେ । ମୃତଦେହ ପରିଚୟରେ ତ୍ରୁଟି ଯୋଗୁଁ ୨ ଟି ପରିବାର ଛାରଖାର ହୋଇଯାଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବେଜିପି ।

ଏନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ପୂର୍ବରୁ ଏକ ଘରୋଇ ମେଡିକାଲରେ ନିଆଁ ଲାଗିଥିଲା ସେହି ସମୟରେ ଯଦି ଉକ୍ତ ମେଡିକାଲର ମାଲିକଙ୍କୁ ଗିରଫ କରାଯାଇଥିଲା । ତେବେ ଏବେ କଣ ପାଇଁ ରାଜ୍ୟ ସରକାର ଫୌଜଦାରୀ ମାମଲା ରୁଜୁ କରିନାହାନ୍ତି ? କଣ ପାଇଁ ସବୁ ଦେଖି ହାତବାନ୍ଧି ଚୁପ୍ ବସି ରହୁଛନ୍ତି? ନା ବର୍ତ୍ତମାନ ଯେଉଁ ମେଡିକାଲରେ ନିଆଁ ଲାଗିଥିଲା ସେ କ’ଣ ବିଜେଡି ଦଳର ବୋଲି ଏହି ପ୍ରଶ୍ନ କରିଛି ଶ୍ରୀ ମହାପାତ୍ର ।

ସେ ଆହୁରି କହିଛନ୍ତି ଯେ, ଆମେ ଦାବି କରୁଛୁ ତୁରନ୍ତ ହତ୍ୟା ମାମଲା ରୁଜୁ କରାଯାଇ ପଦକ୍ଷେପ ନିଆଯାଉ । ଦୋଷୀ ଯିଏବି ହୋଇଥାନ୍ତୁ ନା କାହିଁକି ତାଙ୍କୁ ଗିରଫ କରାଯାଉ । ହସ୍ପିଟାଲରେ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାର କୁ ଏକ କୋଟି ଟଙ୍କା ଦିଆଯାଉ ଏବଂ ଏଥିରେ ଯିଏ ଆହତ ହୋଇଛନ୍ତି ସେମାନଙ୍କର ଉପଯୁକ୍ତ ଚିକିତ୍ସା କରିବାକୁ ଦାବି କରିଛନ୍ତି ଶ୍ରୀ ମହାପାତ୍ର ।

Leave A Reply

Your email address will not be published.