Latest Odisha News

BREAKING NEWS

ଆଇପିଏଲ: ମହିଳା କାହାର ସମ୍ପତି ନୁହେଁ କହିଲେ ପ୍ରୀତି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସ ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫ ପ୍ରବେଶର ନିକଟତର ହୋଇଛି । ବଲିଉଡ ଅଭିନେତ୍ରୀ ତଥା ପଞ୍ଜାବର ମାଲିକ ପ୍ରୀତି ଜିଂଟା ତାଙ୍କ ଟିମର ପ୍ରଦର୍ଶନ ନେଇ ବେଶ ଖୁସୀ ଅଛନ୍ତି । ଷ୍ଟାଡିୟମରେ ସେ ଟିମକୁ ଭରପୂର ସମର୍ଥନ ଦେଉଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆରେ ପ୍ରୀତିଙ୍କ ଏକ ପୋଷ୍ଟକୁ ବେଶ ପସନ୍ଦ କରାଯାଉଛି । ପଞ୍ଜାବ ଏ ପର୍ଯ୍ୟନ୍ତ ଆଇପିଏଲରେ ଟ୍ରଫି ଜିତିପାରି ନାହିଁ । ଜଣେ ୟୁଜର୍ସ ଲେଖିଥିଲେ ପ୍ରୀତି ଜିଂଟା ଏ ପର୍ଯ୍ୟନ୍ତ ଟ୍ରଫି ଜିତିପାରି ନାହାନ୍ତି କାରଣ ସେ ନିଜେ ଗୋଟିଏ ଟ୍ରଫି ।

ଏହାର ଜବାବରେ ପ୍ରୀତି ଲେଖିଥିଲେ, ଏ ଭଳି ମିଠା ପ୍ରଶଂସା କରିଥିବାରୁ ଧନ୍ୟବାଦ । କୌଣସି ମହିଳା ଟ୍ରଫି ହେବାକୁ ଚାହିଁବେନି । ଏହା ଉପରେ ଅଧିକାର ରହିଥାଏ । ମାତ୍ର ମହିଳାଙ୍କ ଉପରେ ନୁହେଁ । ସେହିପରି ଟ୍ରଫିକୁ କାଚ ଆଲମୀରାରେ ରଖା ଯାଇଥାଏ, ମହିଳା କିନ୍ତୁ ଆପଣଙ୍କ ଜୀବନ ଓ ହୃଦୟରେ ରହିବାକୁ ଭଲ ପାଇବ । ପଞ୍ଜାବର ଅଧିନାୟକ ଶ୍ରେୟାଶ ଆୟାର ଓ କୋଚ ରିକି ପଂଟିଂ ଯୋଡି ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରି ନାହାନ୍ତି । ଗତ ସିଜନରେ ପଞ୍ଜାବ ୧୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ କିନ୍ତୁ ଆରସିବି ନିକଟରୁ ହାରି ଯାଇଥିଲା । ୨୦୨୫ରେ ଆୟାର ଓ ପଂଟିଂ ଦଳ ସହିତ ଯୋଡି ହୋଇଛନ୍ତି ।

Leave A Reply

Your email address will not be published.