Latest Odisha News

ବଦଳିଲା ରାଷ୍ଟ୍ରପତିଙ୍କ ରହଣି ସ୍ଥଳ  : ଗଭର୍ଣ୍ଣର ହାଉସରେ ନୁହେଁ, ଘରୋଇ ହୋଟେଲରେ ରହିବେ ରାଷ୍ଟ୍ରପତି

ପୁରୀ : ବଦଳିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରହଣି ସ୍ଥଳ  । ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ରାଷ୍ଟ୍ରପତିଙ୍କ ରହଣି ସ୍ଥଳରେ ପରିବର୍ତ୍ତନ କରାଯାଇଛି ।ରାଷ୍ଟ୍ରପତି ଗଭର୍ଣ୍ଣର ହାଉସ ପରିବର୍ତ୍ତେ ଏକ ଘରୋଇ ହେଟୋଲରେ ରହିବେ ।

ରାଷ୍ଟ୍ରପତିଙ୍କ ପ୍ରୋଟକଲ ଅନୁସାରେ ଗଭର୍ଣ୍ଣର ହାଉସରେ ଆବଶ୍ୟକତା ଆବଶ୍ୟକ ଏକମୋଡେସନ ବ୍ୟବସ୍ଥା ଓ ବ୍ଲୁ ବୁକ୍ ସୁରକ୍ଷା ଦୃଷ୍ଟିକୋଣରୁ ଘରୋଇ ହୋଟେଲରେ ରାଷ୍ଟ୍ରପତି ରହିବେ ବୋଲି ଜଣାପଡିଛି ।ଏନେଇ ରାଷ୍ଟ୍ରପତି ଭବନରୁ ସୂଚନା ମିଳିଥିବା କହିଛନ୍ତି ଜିଲ୍ଲାପାଳ । ଏନେଇ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ପୁରୀ ହେଲିପ୍ୟାଡରେ ମକଡ୍ରିଲ କରିଛି ।

୬ ଜଣିଆ ସଦସ୍ୟ ହେଲିକପ୍ଟରରେ ପହଁଞ୍ଚି ରେଡିଓ ଫ୍ରିକ୍ୱେନ୍ସି ଟେଷ୍ଟି କରିବା ସହିତ ଲ୍ୟାଣ୍ଡିଙ୍କ ଉପରେ ବୈଷୟିକ ପରୀକ୍ଷଣ କରିଛନ୍ତି ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.