Latest Odisha News

BREAKING NEWS

ତାତିରୁ ମିଳିପାରେ ଆଶ୍ବସ୍ତି: ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ତାତିରୁ ମିଳିପାରେ ଆଶ୍ବସ୍ତି । ଆଗାମୀ ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା । ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା । ୭ ଏବଂ ୮ ତାରିଖରେ ତ୍ରୀବ ହୋଇପାରେ କାଳବୈଶାଖୀ ପ୍ରଭାବ । ଉତ୍ତର ଉପକୂଳ ଓଡିଶାର ନିକଟବତ୍ତୀ ଅଞ୍ଚଳରେ ଯେଉଁ ସମୁଦ୍ର ରହିଛି ସେଠାରେ  ମସ୍ୟଜୀବି ମାନଙ୍କୁ ଯିବା ପାଇଁ ପାଣିପାଗ ବିଭାଗ ତରଫରୁ ବାରଣ କରାଯାଇଛି ।

BjdElectrycity

ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି  । ରାଜ୍ୟକୁ ବଙ୍ଗୋପସାଗରରୁ ସାମୁଦ୍ରିକ ପବନ ଧୀରେ ଧୀରେ ବଢୁଛି । ଯାହା କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।ସେପଟେ ଗତକାଲି  ୨୫ ସହର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ବୌଦ୍ଧ ଓ ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

 

Leave A Reply

Your email address will not be published.