Latest Odisha News

BREAKING NEWS

Anganwadi centre:ଦଳିତ ପାଚିକାଙ୍କୁ ଆଦିବାସୀ ଲୋକଙ୍କ ବିରୋଧ; ସାତ ଦିନ ପରେ ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର…ହେଲେ ରୋଷେଇ ମନା

ବଲାଙ୍ଗୀର:ଏବେ ବି ଜଳଜଳ ହୋଇ ଦିଶୁଛି ଜାତିଗତ ଭେଦଭାବର ଚିତ୍ର। ଘୁଷୁରାମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ଦଳିତ ପାଚିକାଙ୍କୁ ବିରୋଧକୁ ସାତ ଦିନ ବିତିଛି । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଜଣେ ଦଳିତ ମହିଳାଙ୍କ ନିଯୁକ୍ତିକୁ ନେଇ ଜାତିଗତ ବିବାଦ ତୀବ୍ର ରୂପ ଧାରଣ କରିଛି। ଦଳିତ ପାଚିକାଙ୍କ ହାତରୁ ଖାଦ୍ୟ ଖାଇବେନି ବୋଲି ଜିଦ୍‌ ଧରିଛନ୍ତି ଗ୍ରାମର ଆଦିବାସୀ ସଂପ୍ରଦାୟର ଲୋକେ । ଗ୍ରାମବାସୀ ଏକତ୍ରିତ ହୋଇ କେନ୍ଦ୍ରରେ ସମ୍ପୂର୍ଣ୍ଣ ଭାବେ ତାଲା ପକାଇ ଦେଇଥିଲେ । ତେବେ ପ୍ରଶାସନର ହସ୍ତକ୍ଷେପ ପରେ ଶେଷରେ ଅଙ୍ଗନବାଡି କେନ୍ଦ୍ର ଖୋଲିଲା । ଅଙ୍ଗନବାଡି କେନ୍ଦ୍ରରେ ତାଲା ଖୋଲିଲା ସତ କିନ୍ତୁ ପାଚିକା ରୋଷେଇ କରିବେ ନାହିଁ । ତାଙ୍କ ହାତ ରନ୍ଧା ଖାଦ୍ୟ ପିଲାମାନେ ଖାଇବେ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି ଆଦିବାସୀ ସଂଘ ।

ଜାତିପ୍ରଥା ନେଇ ପାଚିକାଙ୍କୁ ବିରୋଧ ପରେ ଆଦିବାସୀ ସଂଘ ସହ ଆଲୋଚନା କରିଛି ପ୍ରଶାସନ । ପ୍ରଶାସନ ଓ ଆଦିବାସୀ ସଂଘର ଆଲୋଚନା ପରେ ଗଠନ ହୋଇଛି ମାତୃ କମିଟି । ମାତୃ କମିଟି ରୋଷେଇ କରି ଖାଇବାକୁ ଦେବ ବୋଲି ଯୋଜନା ହୋଇଛି । ଶୁଖିଲା ହେଉ କି ରନ୍ଧା ଖାଦ୍ୟ, ଅଙ୍ଗନବାଡିର ପିଲାଙ୍କ କଥା ବୁଝିବ ମାତୃ କମିଟି ।

ସେପଟେ ପାଚିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ମଧ୍ୟ ଅଭିଯୋଗ କରିଛି ଆଦିବାସୀ ସଂଘ । ଏହି ପ୍ରସଙ୍ଗରେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । କୋର୍ଟରୁ ନିର୍ଦ୍ଦେଶ ଆସିବା ଯାଏଁ ମାତୃ କମିଟି ଅଙ୍ଗନବାଡି ପିଲାଙ୍କ କଥା ବୁଝିବ ବୋଲି ନିଷ୍ପତ୍ତି ହୋଇଛି ।

ସୂଚନାଥାଉକି, କିଛି ଦିନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସମାନ ଘଟଣା ଘଟିଥିଲା । ଯାହାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା ।

Leave A Reply

Your email address will not be published.