Latest Odisha News

BREAKING NEWS

କୃଷି ବିଲକୁ ବିରୋଧ: ଦିଲ୍ଲୀ ରାଜପଥରେ ଟ୍ରାକ୍ଟର ଜାଳିଦେଲେ କଂଗ୍ରେସ କର୍ମକର୍ତ୍ତା

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ସାରା ଦେଶରେ ଜାରି ରହିଛି ବିରୋଧ ପ୍ରଦର୍ଶନ । ଦିଲ୍ଲୀରୁ ପଞ୍ଜାବ ଯାଏ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆଜି ଦେଶର ରାଜଧାନୀ ଦିଲ୍ଲୀର ଦିଲ୍ କୁହାଯାଉଥିବା ରାଜପଥରେ ବିରୋଧରେ ପ୍ରଦର୍ଶନ ବେଳେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ପଞ୍ଜବ ଯୁବ କଂଗ୍ରେସ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କୃଷି ବିଲକୁ ବିରୋଧ କରି କଂଗ୍ରେସ କର୍ମକର୍ତ୍ତା ଆଜି ସକାଳୁ ଇଣ୍ଡିଆ ଗେଟ୍ ଆଗରେ ବିରୋଧ ପ୍ରଦର୍ଶନ କରୁଥିଲେ । ଏତିକିବେଳେ ଏକ ଟ୍ରାକ୍ଟରକୁ ଜାଳି ଦେଇଥିଲେ ଆନ୍ଦୋଳନକାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।
ଦେଖନ୍ତୁ ଭିଡିଓ

ସେହିପରି କର୍ଣ୍ଣାଟକରେ କୃଷି ବିଲକୁ ବିରୋଧ କରି ରାଜ୍ୟବ୍ୟାପୀ ବନ୍ଦ ପାଳନ କରାଯାଉଛି । ଏଥିରେ ସାମିଲ ହୋଇଛନ୍ତି ବିଭିନ୍ନ କୃଷକ ସଂଗଠନ । ସମର୍ଥନ ଦେଇଛନ୍ତି ରାଜନୈତିକ ଦଳ । ବନ୍ଦ ରହିଛି ଦୋକାନ ବଜାର ଓ ଗାଡ଼ିମୋଟର ଚଳାଚଳ । ସେପଟେ ପଞ୍ଜାବରେ କୃଷି ବିଲ ବିରୋଧରେ ଅନଶନରେ ବସିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ।

କୃଷି ବିଲକୁ ଗତକାଲି ମଞ୍ଜୁରୀ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପରେ ବିଲ୍ ଆଇନରେ ପରିଣତ ହୋଇଛି । ବିଲରେ ଦସ୍ତଖତ ନକରିବା ପାଇଁ ରାଷ୍ଟ୍ରପତିଙ୍କୁ ଭେଟି ଅନୁରୋଧ କରିଥିଲେ ବିରୋଧୀ ଦଳ ।

Leave A Reply

Your email address will not be published.