Latest Odisha News

BREAKING NEWS

ରଣବୀରଙ୍କ ସହ ଫିଲ୍ମକୁ ନେଇ ମୁହଁ ଖୋଲିଲେ ଫିଲ୍ମମେକର

ମୁମ୍ବାଇ: ମହାନ ଫିଲ୍ମମେକର ରାଜକୁମାର ହିରାନୀ ପ୍ରୀତମ ଆଣ୍ଡ ପେଡ୍ରୋ ମାଧ୍ୟମରେ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି । ଅରଶାଦ ୱାରସୀ ଅଭିନୀତ ଏହି ୱେବ ସିରିଜ ହଟଷ୍ଟାରରେ ଷ୍ଟ୍ରିମିଂ ହେବ । ଇତି ମଧ୍ୟରେ ରଣବୀର କାପୁରଙ୍କୁ ନେଇ ସେ ଏକ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହି ଫିଲ୍ମକୁ ନେଇ ହିରାନୀ ମୁହଁ ଖୋଲିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଏବେ ସେଭଳି କିଛି ଫିଲ୍ମର ଯୋଜନା ପ୍ରସ୍ତୁତ ହୋଇ ନାହିଁ । ପୂର୍ବରୁ ରଣବୀରଙ୍କ ସହ ସେ ଏକ ଆଥଲେଟଙ୍କ ଜୀବନୀ ଉପରେ ଫିଲ୍ମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

ତେବେ ସିଡ୍ୟୁଲ, ସ୍କ୍ରିପ୍ଟ ସମୟ ଅନୁସାରେ ପୂରଣ ନ ହେବା ଏବଂ ଅନ୍ୟ ଅସୁବିଧା ଯୋଗୁ ଏହା ଏବେ ଥଣ୍ଡା ବାକ୍ସରେ ପଡିଯାଇଛି । ୨୦୧୮ରେ ସଞ୍ଜୁଙ୍କ ବାୟୋପିକରେ ରଣବୀର ଓ ହିରାନୀ ଏକତ୍ର କାମ କରିଥିଲେ । ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲେ । ଆଇଏମଡିବିରେ ଏହାକୁ ୭.୬ ରେଟିଂ ପଂଏଟ ମିଳିଥିଲା । ୧୦୦ କୋଟି ବଜେଟର ଏହି ଫିଲ୍ମ ୫୮୮ କୋଟି ଆୟ କରିଥିଲା । ଏହା ପରେ ଦୁଇ ଜଣ ଏକତ୍ର ଫିଲ୍ମ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଚୂଡାନ୍ତ ହୋଇପାରୁ ନାହିଁ ।

Leave A Reply

Your email address will not be published.