Latest Odisha News

BREAKING NEWS

ରଣବୀର@୩୯

ଯୋଧପୁର: ଆଜି ହେଉଛି ବଲିଉଡ୍ ହ୍ୟାଣ୍ଡସମ ବୟ ରଣବୀର କପୁରଙ୍କ ଜନ୍ମଦିନ । ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି ରଣବୀର। ନିଜ ବର୍ଥ ଡେ କୁ ରଣବୀର ଗର୍ଲଫ୍ରେଣ୍ଡ ଆଲିଆଙ୍କ ସହ ଯୋଧପୁରରେ ପାଳିଛନ୍ତି ।ସେମାନେ ଯୋଧପୁରର ଏକ ରିସର୍ଟରେ ଜନ୍ମଦିନକୁ ଧୁମ୍ ଧାମ୍ ରେ ସେଲିବ୍ରେସନ କରିଛନ୍ତି। ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରଣବୀରଙ୍କ ବର୍ଥଡେ ରେ ଆଲିଆଙ୍କ ସାଙ୍ଗ ମଧ୍ୟ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି । ଆଲିଆ ଓ ରଣବୀର ସେପ୍ଟମ୍ବର ୨୬ରେ ଚାଟାର୍ଡ ଫ୍ଲାଇଟ ଯୋଗେ ଯୋଧପୁରରେ ପହଁଚିଥିଲେ ।ଦୁହେଁ ଆଗରୁ ପହଁଚି ସମସ୍ତ ପ୍ରସ୍ତୁତି ସାରିବା ପରେ ବର୍ଥ ଡେ ରେ ରଣବୀର ଓ ଆଲିଆଙ୍କ କିଛି ସାଙ୍ଗ ମଧ୍ୟ ସାମିଲ ହୋଇଥିଲେ ।

ଆଲିଆ ମଧ୍ୟ ଭିନ୍ନ ଅନ୍ଦାଜରେ ରଣବୀରଙ୍କୁ ହାପି ବର୍ଥ ଡେ ମାଇ ଲାଇଫ୍ କହି ଉଇସ୍ କରିଥିଲେ। ଯାହାକୁ ଆଲିଆ ନିଜ ଇଷ୍ଟାଗ୍ରାମ ସେୟାର କରିଛନ୍ତି । ରଣବୀରଙ୍କ ଜନ୍ମ ଦିନ ଅବସରରେ ରିଲିଜ ହୋଇଛି ତାଙ୍କ ଅପ୍‌କମିଂ ଫିଲ୍ମ ଶମ୍‌ଶେର ର ପୋଷ୍ଟର ।୨୦୨୨ ମାର୍ଚ୍ଚ ୧୮ରେ ଏହି ଫିଲ୍ମଟି ପରଦାକୁ ଆସିବ ।

Leave A Reply

Your email address will not be published.