Latest Odisha News

ଟି୨୦ ବିଶ୍ୱକପ କ୍ରିକେଟ: ଟିମ ଇଣ୍ଡିଆରେ ପରିବର୍ତନ ଏକ ପ୍ରକାର ନିଶ୍ଚିତ !

ପୁରୀ: ୟୁଏଇରେ ଖେଳା ଯାଇଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଟି୨୦ ବିଶ୍ୱକପ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ଫର୍ମ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହି ନାହିଁ । ଅପରପକ୍ଷରେ ସ୍ଥାନ ପାଇ ନ ଥିବା ବା ବାଦ୍ ପଡିଥିବା ଖେଳାଳି ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ଚୟନ କମିଟି ଦଳରେ ପରିବର୍ତନ କରିବା ଜରୁରୀ ହୋଇ ପଡିଛି ବୋଲି କେତେକ ପୂର୍ବତନ ଖେଳାଳି ମତ ଦେଇଛନ୍ତି । ସବୁଠାରୁ ବଡ କଥା ଅକ୍ଟୋବର ୧୦ ପର୍ଯ୍ୟନ୍ତ ଖେଳାଳି ବଦଳ କରାଯାଇ ପାରିବ ବୋଲି ଆଇସିସି ନୂତନ ନିୟମ ଜାରୀ ରଖିଛି ।ଶିଖର, ସାମସନଙ୍କ ଫର୍ମ: ଆଇପିଏଲର ୧୦ ପ୍ରମୁଖ ରନ ସ୍କୋରରେ ମଧ୍ୟରେ ୭ଜଣ ବିଶ୍ୱକପ ଦଳରେ ସ୍ଥାନ ପାଇ ନାହାନ୍ତି । ସେମାନଙ୍କ ମଧ୍ୟରେ ଶିଖର ଧାୱନ, ସଞ୍ଜୁ ସାମସନ ରହିଛନ୍ତି । ଉଭୟ ଏ ପର୍ଯ୍ୟନ୍ତ ଆଇପିଏଲରେ ଯଥାକ୍ରମେ ୪୩୦ ଓ ୪୩୩ ରନ କରି ସାରିଛନ୍ତି ।
ହାର୍ଦ୍ଦିକ-ଭୁବନେଶ୍ୱରଙ୍କ ଖରାପ ଫର୍ମ: ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ପେସ ବୋଲର ଭୁବନେଶ୍ୱର କୁମାର ଏ ପର୍ଯ୍ୟନ୍ତ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରି ନାହାନ୍ତି । ସେମାନଙ୍କ ଫିଟନେସ ମଧ୍ୟ ଚିନ୍ତାର କାରଣ ସାଜିଛି ।

ଧୂମ ମଚାଉଛନ୍ତି ଶ୍ରେୟାସ: ଇଶାନ କିଶାନ (୧୧, ୧୪ ଓ ୯ରନ)ଓ ସୂର୍ଯ୍ୟକୁମାର ଯାଦବ(୩, ୫, ୮ରନ) ମିଡିଲ ଅର୍ଡରରେ ସ୍ଥାନ ପାଇଥିଲେ ମଧ୍ୟ ଆଇପିଏଲରେ ଖରାପ ଫର୍ମରେ ରହିଛନ୍ତି । ଅପରପକ୍ଷରେ ଷ୍ଟାଣ୍ଡବାଇରେ ଥିବା ଶ୍ରେୟାଶ ଆୟାର ଧୂମ ମଚାଉଛନ୍ତି । ସେ ୨ଟି ମ୍ୟାଚରେ ୯୦ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୪୭ ନଟଆଉଟ ରନ ମଧ୍ୟ ସାମିଲ ।୧୭ ଅକ୍ଟୋବରରୁ ଏହି ମେଗା ଇଭେଂଟ ଏଠାରେ ଖେଳାଯିବ । ସେଥିପାଇଁ ୟୁଏଇର ପିଚରେ ଯେଉଁ ଖେଳାଳିମାନେ ଭଲ ପ୍ରଦର୍ଶନ କିମ୍ବା ଫର୍ମରେ ଅଛନ୍ତି ସେମାନଙ୍କୁ ସୁଯୋଗ ଦେବା ପାଇଁ ଦାବୀ ହେଉଛି । ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ନିରାଶ କରି ଚାଲିଛନ୍ତି । ବିିସିସିଆଇ ଓ ଚୟନ କମିଟି ଜିଦରେ ଅଟଳ ରହୁଛନ୍ତି କିମ୍ବା ଅଭିଜ୍ଞ ଓ ସମୀକ୍ଷକଙ୍କ କଥା ଶୁଣିଛନ୍ତି ତାହା ଦେଖିବା କଥା ।

Leave A Reply

Your email address will not be published.