Realme P3x 5G : Realme ତାର P3x 5G ସ୍ମାର୍ଟଫୋନ ଭାରତରେ ଲଞ୍ଚିଂ ଡେଟ ଘୋଷଣା କରିଛି। କମ୍ପାନି ଏହାର ଡିଜାଇନ, କଲର ଓ ଉଲବ୍ଧତା ବି ସ୍ପଷ୍ଟ କରିଛି। ଏହି ଫୋନ Realme P3 Pro ସହିତ ଲଞ୍ଚ ହେବ, ଯେଉଁଥିରେ ଗ୍ଲୋ-ଇନ୍-ଦା-ଡାର୍କ ରିୟର ପ୍ୟାନଲ ଓ ସ୍ନାପଡ୍ରାଗନ 7s Gen 3 ଚିପସେଟ ସହିତ ଜିଟି ବୁଷ୍ଟ ଗେମିଂ ଟେକ୍ନୋଲଜି ରହିଛି। ରିଏଲମି ଏକ୍ସ ପୋଷ୍ଟ ମାଧ୍ୟ ଏନେଇ ଘୋଷଣା କରିଛି।
ରିଏଲମି କିହିଛି ଯେ Realme P3x 5G ଭାରତରେ 18 ଫେବୃଆରୀରେ ଦ୍ୱିପ୍ରହର 12 ଟାରେ ଲଞ୍ଚ ହେବ। ଏହି ଦିନ Realme P3 Pro ମଧ୍ୟ ଲଞ୍ଚ ହେବ ବୋଲି ରିଏଲମି ସୂଚନା ଦେଇଛି। ଏହି ସ୍ମାର୍ଟଫୋନ ଫ୍ଲିପକାର୍ଟ ଓ ରିଏଲମି ଇଣ୍ଡିଆ ଇ-ଷ୍ଟୋରରୁ କ୍ରୟ କରିପାରିବେ। ଏହା ବ୍ୟତୀତ ଏହି ଫୋନ ଲୁନର୍ ସ୍ଲିଭର, ମିଡନାଇଟ୍ ବ୍ଲୁ ଓ ଷ୍ଚେଲର୍ ପିଙ୍କ ଭଳି କଲରରେ ଉପଲବ୍ଧ ରହିବ।
Realme P3x 5Gର ଡିଜାଇନ ଓ ଫିଚର୍
ରିଏଲମିର ସୂଚନା ଅନୁସାରେ ଏହି ସ୍ମାର୍ଟଫୋନର ମୋଟେଇ 7.9ଏମଏମ ରହିବ। ଡିଜାଇନର ଫ୍ରଣ୍ଟ ଲୁକରେ ସେଣ୍ଟ-ପଞ୍ଚ ହୋଲ ଡିସପ୍ଲେ ଦେଖିବାକୁ ମିଳିବ। ଏଥିରେ ଡୁଏଲ କ୍ୟାମେରା ସେଟଅପ ମଧ୍ୟ ରହିଛି।
Realme P3 Proରେ କଣ ରହିଛି ଖାସ୍
ସମାନ ଦିନରେ Realme P3 Pro ମଧ୍ୟ ଭାରତରେ ଲଞ୍ଚ ହେବ। ଯାହା ଆହୁରି ପାୱାରଫୁଲ ଫିଚର୍ସ ସହିତ ଆସିବ। ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ 7s Gen 3 ଚିପସେଟ ସହିତ ଜିଟି ବୁଷ୍ଟ ଗେମିଂ ଟେକ୍ନୋଲଜି ରହିଛି। ଏହାସହିତ ଏୟରୋସ୍ପେସ ଗ୍ରେଡ ଭିସି କୁଲିଂ ସିଷ୍ଟମ ମଧ୍ୟ ରହିଛି। ଏଥିରେ 6,000mAhର ଦମଦାର ବ୍ୟାଟେରି ରହିଛି। ଏହି ଦୁଇ ସ୍ମାର୍ଟଫୋନ IP68 ରେଣ୍ଟିଂ ସହ ବଜାରରେ ଏଣ୍ଟ୍ରି ମାରିବ। ଯାହାର ଅର୍ଥ ହେଉଛି ଏହି ଦୁଇ ଫୋନ ପାଣି ଓ ଧୂଳିରେ ମଧ୍ୟ ଖରାପ ହେବ ନାହିଁ।
Comments are closed.