Latest Odisha News

BREAKING NEWS

ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ; ଜାଣନ୍ତୁ, ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ହିନ୍ଦୁ ରାଷ୍ଟ୍ର ବାଦର ଜନକ ବୋଲାଉଥିବା ବାଲ ଗଙ୍ଗାଧର ତିଲକ ମଧ୍ୟ ‘ଲୋକମାନ୍ୟ ତିଲକ’ ଭାବେ ଜନମାନସରେ ଖୁବ୍ ପରିଚିତ ।

“ସ୍ୱରାଜ ମୋର ଜନ୍ମଗତ ଅଧିକାର; ଏହାକୁ ମୁଁ ନିଶ୍ଚିତ ଭାବେ ନେବି” ବୋଲି କହିଥିବା ଏହି ଜନ ନାୟକ ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ଦେହ ତ୍ୟାଗ କରିଥିଲେ । ତାଙ୍କର ୧୦୦ ତମ ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

୧୮୫୬ ମସିହା ଆଜିର ଦିନରେ ମହାରାଷ୍ଟ୍ର ଅନ୍ତର୍ଗତ ରତ୍ନଗିରୀ ଜିଲ୍ଲାର ଚିଖଲୀ ଗ୍ରାମର ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ।

ସେ ଏକାଧାରରେ ଥିଲେ ଜଣେ ହିନ୍ଦୁ ଜାତୀୟତାବାଦୀ, ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସାମ୍ବାଦିକ ଓ ଆଇନଜୀବୀ।

ପିତା ଗଙ୍ଗାଧର ତିଲକ ଜଣେ ସଂସ୍କୃତ ପଣ୍ଡିତ ଥିବା ବେଳେ ଶିକ୍ଷକତା କରୁଥିଲେ । ପିତାଙ୍କ ପଥକୁ ଅନୁସରଣ କରି ପୁଣେର ଡେକାନ୍ ମହାବିଦ୍ୟାଳୟରୁ ଗଣିତରେ ଡିଗି୍ର ହାସଲ କରି ଶିକ୍ଷକତା କରିଥିଲେ ।

ପରେ ସେଠାରେ ମତ ପାର୍ଥକ୍ୟ ହେବାରୁ ଶିକ୍ଷକତା ଛାଡି ସାମ୍ବାଦିକତା ଆରମ୍ଭ କରିଥିଲେ । ସେ ‘କେସରୀ’ ଓ ‘ମରାଠା’ ନାମକୁ ଖବର କାଗଜ ପ୍ରକାଶ କରୁଥିଲେ । ଯେଉଁଥିରେ ବାଲ ଗଙ୍ଗାଧର ତିଲକ ବି୍ରଟିଶ୍ ବିରୋଧି କଥା ଲେଖୁଥିଲେ ।

ଇଂରାଜୀ ଭାଷାରେ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ସେ ୧୮୪୪ ରେ ଡେକ୍କନ ଏଜୁକେସନ୍ ସୋସାଇଟି ସ୍ଥାପନ ମଧ୍ୟ କରିଥିଲେ ।

ଏପରିକି ବି୍ରଟିଶ୍ ବିରୋଧରେ ଲେଖି ସେ କାରାବରଣ ମଧ୍ୟ କରିଥିଲେ । ପରେ ୧୯୮୦ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।

ସେ ଏପରି ଏକ ମଣିଷ ଥିଲେ, ଯିଏକି ମହାତ୍ମା ଗାନ୍ଧୀଙ୍କୁ ସମ୍ପୂର୍ଣ୍ଣ ଅହିଂସା ତ୍ୟାଗ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.