Latest Odisha News

BREAKING NEWS

ପାଣି ପିଇବାର ସଠିକ ସମୟ…!

ଭୁବନେଶ୍ୱର: କୁହାଯାଏ ଆମ ଶରୀର ଜଳରେ ତିଆରି । କାରଣ ଆମ ଶରୀରରେ ୭୦ ଭାଗ ଜଳ ରହିଛି । ଏଣୁ ଜଳ ବିନା ଜୀବନ ଅସମ୍ଭବ ବୋଲି କୁହାଯାଇଥାଏ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଜଳ ପିଇବାର ଉତ୍କୃଷ୍ଟ ସମୟ…

କିଛି ଲୋକ ସକାଳୁ ଉଠିବା ମାତ୍ରେ ଅଘଷା ପାଟିରେ ଚା’ କିମ୍ବା କଫି ପିଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଅଘଷା ପାଟିରେ ପାଣି ପିଇବା ଦ୍ଵାରା ଆମକୁ ଅଦ୍ଭୁତ ଉପକାରିତା ମିଳିଥାଏ।

ଏପରି କରିବା ଦ୍ୱାରା କଣ ସୁଫଳ ମିଳିଥାଏ, ଜାଣନ୍ତୁ…

ସକାଳୁ ଉଠି ଅଘଷା ପାଟିରେ ପାଣି ପିଇବା ଦ୍ୱାରା ପେଟ ସଫା ରହିଥାଏ । ରାତିରେ ଶୋଇବା ସମୟରେ ପାଟିରେ ସୃଷ୍ଟି ହୋଇଥିବା ଲାଳ ପେଟକୁ ସଫା ରଖିବା ସହ ତ୍ୱଚା ଉଜ୍ଜ୍ୱଳ କରିଥାଏ ।

ଖାଲି ପେଟରେ ସକାଳୁ ପାଣିପିଇବା ଦ୍ୱାରା ଶରୀରରେ ୨୫ ପ୍ରତିଶତ ଅଧିକ ଶକ୍ତି ସୃଷ୍ଟି ହୋଇଥାଏ। ଏହା ପାଚନ ପ୍ରକ୍ରିୟାକୁ ସକ୍ରିୟ କରିବା ସହ ମେଦ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ ।

ସକାଳୁ ଉଠିବା ମାତ୍ରେ ପାଣି ଏକ ଗ୍ଲାସ ପିଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ । ଏହା ଶରୀରରେ ରକ୍ତ ସଞ୍ଚାଳନ ଠିକ ରଖିଥାଏ ।

Leave A Reply

Your email address will not be published.