Latest Odisha News

BREAKING NEWS

ଟ୍ରେନର ଆଁରୁ ଟାଣିଆଣି ମୃତ୍ୟ ମୁଖରୁ ବଞ୍ଚାଇ ଦେଲେ ସନାତନ

ଭୁବନେଶ୍ୱର: କଥାରେ ଅଛି ରଖେ ହରି ମାରେ କିଏ। ଯାହାଙ୍କୁ ହରି ଭରଷା ତାଙ୍କର ବା କି କରିପାରିବ ସମସ୍ୟା। ସେହିପରି ଭଗବାନ ସାଜି ବିପଦ ବେଳେ ଉଧାରରିଛନ୍ତି  ଜିଅନ୍ତା ଭଗବାନ। କ୍ଷଣିକ ମଧ୍ୟରେ ମୃତ୍ୟ ମୁଖରୁ ବଞ୍ଚିଯାଇଛି ଜଣେ ମହିଳାଙ୍କ ଜୀବନ। ଏଭଳି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଷ୍ଟେସନରେ। ଆଉ ଭଗବାନ ସାଜି ଜଣେ ମହିଳାଙ୍କୁ ଟ୍ରେନର ଆଁରୁ ଟାଣି ଆଣି ବଞ୍ଚାଇଥିବାରୁ ଏବେ ଚର୍ଚ୍ଚାରେ ସନାତନ।

BjdElectrycity

ସୂଚନା ମୁତାବକ ମଙ୍ଗବାଳ ଦିନ ପଲାସା କଟକ ପାସେଞ୍ଜର ଟ୍ରେନରେରେ ଇଚ୍ଛାପୁରମରୁ ଭୁବନେଶ୍ୱର ଆସିଥିଲେ ଦୁଇ ଜଣ ମହିଳା ଓ ତାଙ୍କ ଦୁଇ ପୁଅ । ପ୍ଲାଟଫର୍ମ ୩ରେ ଟ୍ରେନଟି ଅଟକୁ ଥିବା ବେଳେ ଚଳନ୍ତା ଟ୍ରେନରୁ ହଠାତ ଡିଆଁ ମାରି ଦେଇଥିଲେ । ଆଉ ଭାରସାମ୍ୟ ହରାଇ ଖସିପଡିଥିଲେ କେ ସରସ୍ୱତୀ।

ଯାହାଙ୍କୁ ପଡିଯାଉଥିବାର ଦେଖିଥିଲେ ସେହିଠାରେ ଡ୍ୟୁଟି କରୁଥିବା ଆରପିଏଫ କନଷ୍ଟେବଳ ସନାତନ ମୁଣ୍ଡା। ଏନେଇ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ମହିଳା ଜଣଙ୍କୁ ଟାଣି ଆଣିଥିଲେ ଟ୍ରେନର ଟ୍ରାକରେ ଗଡୁଥିବା ଲୁହା ଚକର ଆଁ ଭିତରୁ। ଟିକିଏ ବିଳମ୍ବ ହୋଇଥିଲେ ଦୁର୍ଘଟଣାର ଶିକାର‌ ହୋଇଥାନ୍ତେ ମହିଳା ଜଣକ।

ତେବେ ଆରପିଏଫ ଯବାନଙ୍କ ସାହସ ପାଇ ତାଙ୍କୁ ଆରପିଏଫରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି। ଏନେଇ ସର୍ବସାଧାରଣଙ୍କୁ ନିବେଦନ ଏପରି ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରେନରେ ଚଢନରତୁ ନାହି କି ଓହ୍ଲାନ୍ତୁ ନାହି। ନଚେତ‌ ହୋଇପାରନ୍ତି ଏଭଳି ଅଘଟଣର ଶିକାର। ପୂର୍ବତନ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଟୁଇଟ୍ କରି ଏପରି କାମ ପାଇଁ ସନାତନଙ୍କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.