Latest Odisha News

BREAKING NEWS

ଫିଫା ବିଶ୍ୱକପ ଫୁଟବଲ: ୫ଟି ଗୋଲ୍ ଦେଇ ଋଷିଆ ସାଉଦି ଆରବକୁ ପରାସ୍ତ କଲା

ମସ୍କୋ : ଋଷିଆର ମସ୍କୋରେ ଆରମ୍ଭ ହୋଇଥିବା ଫିଫା ବିଶ୍ୱକପ ଫୁଟବଲ ମହାକୁମ୍ଭର ଉଦଘାଟନୀ ମ୍ୟାଚରେ ଋଷିଆ ଚମକ୍ରାର ଖେଳ ପ୍ରଦର୍ଶନ କରି ସାଉଦି ଆରବକୁ ୫-୦ ଗୋଲରେ ପରାସ୍ତ କରିଛି । ତେବେ ଖେଳ ଆରମ୍ଭ ହେବାର ମାତ୍ର ୧୨ ମିନିଟରେ ହିଁ ଆୟୋଜକ ଋଷିଆ ପକ୍ଷରୁ ଫରୱାର୍ଡ ଖେଳାଳି ୟୁରୀ ଗାଜିସ୍କି ଗୋଲ୍ ସ୍କୋର କରି ବିଶ୍ୱକପ ରେକର୍ଡ ସ୍ଥାପନ କରିପାରିଛନ୍ତି ।

ଶକ୍ତିଶାଳୀ ଋଷିଆ ସମ୍ମୁଖରେ ସାଉଦି ଆରବୀୟ ଦଳ ବେଶ୍ ଦୁର୍ବଳ ମନେପଡୁଥିଲେ । ୨ୟ ଗୋଲ ସ୍କୋର କରିଥିଲେ ଋଷିଆ ପକ୍ଷରୁ ଡ଼େନିସ୍ ଚେରିସବ୍ । ତେବେ ୭୧ ମିନିଟରେ ଦଳ ପକ୍ଷରୁ ଏରଟମ ଜେଜ୍ୟୁବା ୩ୟ ସ୍କୋର କରିବା ଫଳରେ ଋଷିଆର ବିଜୟ ସୁନିଶ୍ଚିତ ମନେ ହୋଇଥିଲା । ୪ର୍ଥ ଗୋଲ ଡ଼େନିସ ଏବଂ ୫ମ ଗୋଲ ସ୍କୋର କରିଥିଲେ ଋଷିଆ ପକ୍ଷରୁ ଆଲେକଜାଣ୍ଡାର ଗୋଲୱିନ୍ ।

ମସ୍କୋରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚଟିକୁ ଦେଖିବାକୁ ଷ୍ଟାଡ଼ିୟମଟି ଋଷିଆ ଦର୍ଶକଙ୍କ ଦ୍ୱାରା ଭର୍ତ୍ତି ହୋଇଯାଇଥିଲା । ଭରପୁର ସ୍ଥାନୀୟ ଦର୍ଶକଙ୍କ ସମର୍ଥନରେ ଋଷିଆ ଦଳ ବେଶ୍ ଉତ୍ସାହର ସହିତ ଏସୀୟ ଦଳ ସାଉଦୀ ଆରବ ବିପକ୍ଷରେ ଉତ୍ତମ ଖେଳ ପ୍ରଦର୍ଶନ କରିଛନ୍ତି । ତେବେ ଋଷିଆ ଦଳ ବିପକ୍ଷ ଦଳଠୁ ବେଶ୍ ଶକ୍ତିଶାଳୀ ଥିଲେ ମଧ୍ୟ ଏତେ ଗୋଲ୍ ସ୍କୋର ହେବାର କେହି ମ୍ୟାଚ୍ ପୂର୍ବରୁ ଆଶା କରିନଥିଲେ । ଯାହାବି ହେଉ ନିଜ ଦର୍ଶକଙ୍କ ଭରପୁର ସମର୍ଥନରେ ଋଷିଆ ସହଜରେ ମ୍ୟାଚ୍ ଜିତିପାରି ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ।

Leave A Reply

Your email address will not be published.