Latest Odisha News

ଭାରତ-ଆଫଗାନିସ୍ତାନ ଐତିହାସିକ ଟେଷ୍ଟ: ଦ୍ରୁତ ଶତକ କରି ରେକର୍ଡ଼ କଲେ ଶିଖର ଧାୱନ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଟେଷ୍ଟମ୍ୟାଚରେ ଦ୍ରୁତ ଶତକ କରି ଭାରତୀୟ ଓପନର୍ ଶିଖର ଧାୱନ୍ ରେକର୍ଡ଼ କରିଛନ୍ତି । ଶିଖର ଧୁଆଁଧାର ବ୍ୟାଟିଂ କରି ଟେଷ୍ଟମ୍ୟାଚରେ ମାତ୍ର ୯୧ଟି ବଲ୍ ରୁ ୧୯ଟି ଚୌକା ଏବଂ ୩ଟି ବିଶାଳ ଛକା ସହାୟତାରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଶତକ ହାସଲ କରିଛନ୍ତି ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଏହି ଐତିହାସିକ କ୍ରିକେଟ ଟେଷ୍ଟମ୍ୟାଚରେ ପ୍ରଥମ ଭାରତୀୟ ଭାବେ ଶିଖର ମଧ୍ୟାହ୍ନ ଭୋଜନ ପୂର୍ବରୁ ଶତକ ହାସଲ କରି ଏକ ରେକର୍ଡ଼ ହାସଲ କରିଛନ୍ତି ।

ଭାରତ ୧ମ ଦିନ ଶେଷ ସୁଦ୍ଧା ୬ଟି ୱିକେଟ ହରାଇ କରିପାରିଛି ବିଶାଳ ୩୪୭ ରନ୍ ର ବିଶାଳ ସ୍କୋର । ଶିଖର ଧାୱନ ୧୦୭ରନ, ମୁରଲୀ ବିଜୟ ୧୦୫ ରନ, ଲୋକେଶ ରାହୁଲ୍ ୫୪ରନ ଏବଂ ଚେତେଶ୍ୱର ପୂଜାରା ୩୫ ରନ କରିପାରିଥିଲେ । ଅଜିଙ୍କ୍ୟ ରାହାନେ ୧୦ ରନ ଏବଂ ଡ଼ିନେଶ କାର୍ତ୍ତିକ ମାତ୍ର ୪ ରନ କରି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହୋଇଥିଲେ । ଦିବସ ଶେଷବେଳକୁ ଅଲରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ୭ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ରନ କରି ଅପରାଜିତ ରହିଛନ୍ତି ।

ଆଫଗାନିସ୍ତାନ ପକ୍ଷରୁ ପେସବୋଲର୍ ୟାମିନ୍ ଅହମ୍ମଦାଜାଇ ୨ଟି, ୱାଫାଦାର, ସ୍ପିନର୍ ରସିଦ ଖାନ ଏବଂ ମୁଜିବୁର୍ ରେହମାନ ଗୋଟିଏ କରି ୱିକେଟ ହାସଲ କରିଥିଲେ । ଖେଳ ଆରମ୍ଭରୁ ଗ୍ୟାଲେରୀରେ ଥିବା ଦର୍ଶକମାନେ ଉଭୟ ଦଳଙ୍କୁ ଏହି ଐତିହାସିକ ଟେଷ୍ଟମ୍ୟାଚ ଲାଗି ତାଳିମାରି ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.