କବିତା : ଜୀବନ

ଦାମୋଦର ପଣ୍ଡା

ବାହାରେ ମେଘ
ଓ ଅଦିନିଆ ବର୍ଷା , ଶେଯରେ
ଗୋଟେ ଫୁଙ୍ଗୁଳା ଦେହ ଓ ନପୁଂସକ ରାତି ।

ଜଣେ ଜଳି ଯାଉଛି
ଡହ ଡହ ନିଆଁରେ
ଆଉ ଜଣେ ଶବ
ପାଲଟି ଯାଉଛି ବରଫରେ ।

ପବନ ସାପ ପରି
ରଙ୍ଗି ଯାଉଛି ଆମ
ମଝିରେ
ଛାଇ ନିଦରୁ ଉଠିବା ପରେ
ଦି ଜଣ ମିଳିତ ହେଉଥିଲେ
ଶୃଙ୍ଗାରରେ
ପାହାନ୍ତିଆ ପ୍ରହରେ ।

ମନ୍ତ୍ର ଧ୍ୱନି ଓ ଘଣ୍ଟ ଶବ୍ଦ
ଶୁଭୁଥିଲା ପାଖ ମନ୍ଦିରରେ
କେତେ ପୁଣ୍ୟ ଦେଇହୁଏ
ଗୋଟିଏ ରାତିରେ ।