Latest Odisha News

BREAKING NEWS

କବିତା : ରବର

ଗଦାଧର ସାହୁ

ଲିଭେଇ ଚାଲିଛି
ଯେତେ ଭୁଲ୍ ଭାଲ୍
ଠିକ୍ ଠାକ୍ କରିବାକୁ,

ଆଉ କେତେ ଅଛି
କହିଦିଅ ଥରେ
ଲିଭେଇ ଦେବି ମୁଁ ସବୁ।

ଲିଭେଇ ଲିଭେଇ
ସରି ମୁଁ ଯାଉଛି
ନ ସରୁଛି ତୁମ ଭୁଲ୍,

ସେହି ଭୁଲ୍ ପାଇଁ
କେତେ ଗାଳି ମାଡ
ତଥାପି ବି କର ଭୁଲ୍ ।

 

Leave A Reply

Your email address will not be published.