Latest Odisha News

BREAKING NEWS

କବିତା : ପ୍ରଶ୍ନ ନାଇଁ

ଗଜାନନ ମିଶ୍ର

ନାଇଁ, ଅଟକି ନାଇଁ
ମୁଁ କୋଉଠି।
ଅଟକିବାର ପ୍ରଶ୍ନ ଇ ନାଇଁ।

ମୁଁ ମୋର
ତାରାତୋଳାରେ
ବ୍ୟସ୍ତ ସଦାକାଳ।
ମୁଁ ମୋ ହାତରେ
ରଖିଥିବି ସକାଳ।

ପୂର୍ବରେ
ରଙ୍ଗୀନ ଆଲୁଅ,
ପଶ୍ଚିମରେ
ଶ୍ରଦ୍ଧାର ଜ୍ଞାନଦୀପ,
ଦକ୍ଷିଣର ପାହାଡ
ନେଉଥିବ ଯତ୍ନ,
ଉତ୍ତରରେ ମୁଁ ସ୍ଥିର।

ମୂଳରୁ ଇ ମୁଁ
ସମସ୍ତଙ୍କର ସବୁର।
କିଏ କଣ କହିଲା
ନ କହିଲା ନାଇଁ ଖାତିର।

ଆସ, ଦେଖ
ଆତ୍ମାର ଡାକ ଶୁଣ,
ଏଇଠି ମୁଁ,
ଏଇଟା ତପୋବନ,
ସଦା ଏଠି
ସମସ୍ତେ ପୂର୍ଣ୍ଣ ।

ତପୋବନ, ଟିଟିଲାଗଡ, ବଲାଙ୍ଗିର

Leave A Reply

Your email address will not be published.