ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅନୁକରଣକାରୀ ଜଣେ
ନିଜକୁ ଅତି ସାନ ମଣେ
ତେଣୁ କରେନି ନୂଆ ଚିଂତା
କହେ ଓ ଲେଖେ ପୂର୍ବ କଥା
ଯେଉଁ ସମୟ ନାହିଁ ଆଉ
ବଢ଼ାଇଚାଲେ ତା’ର ଭାଉ
ଗତାନୁଗତିକ ଚିଂତନ
କରେ ସର୍ବଦା ତା’ର ମନ
ସର୍ବଦା ଚଳିଲେ ବି ତୁଂଡ
କାମ ନ କରେ ଯେଣୁ ମୁଂଡ
ଗୋଟିଏ କଥା ବାରଂବାର
କହିବା ଅଭ୍ୟାସ ତାହାର
ଏପରି ଶହ ଶହ ବ୍ୟକ୍ତି
ବୁଝି ନ ପାରି ନିଜ ଶକ୍ତି
ହୁଅଂତି ଯାହା ବଶୀଭୂତ
ସେ ହୋଇଥାଏ ଧନବଂତ
ଲୋକଂକୁ କରି ବ୍ୟବହାର
କରେ ଯେ ପ୍ରଶଂସା ବାହାର
କେବେ ବି ତା’ର ଖ୍ୟାତି, ଯଶ
କରେନି ବ୍ୟକ୍ତିତ୍ୱ ବିକାଶ
କେବଳ ମୁହଁ ଆଉ ନାମ
ଚିହ୍ନା ହେଲେ ହେଁ ପରିଣାମ
ହୋଇପାରେନି ଶୁଭଂକର
ଅଯଥା କ୍ଷଣିକ ପ୍ରଚାର
ଭାଷାକୁ କରିଲେ ମାଧ୍ଯମ
ଉତ୍ତମ ସହିତ ଅଧମ
ଯାଆଂତି ସହଜରେ ମିଶି
ଉଭୟେ ପାଉଥାଂତି ଖୁସି
ଏ ପ୍ରଥା ହୋଇଗଲେ ସ୍ଥାୟୀ
ସହଜେ ଛାଡ଼ି ହୁଏନାହିଁ
ଘଟିଲେ ସୁଦ୍ଧା ଅବକ୍ଷୟ
ମନକୁ ପଶେନାହିଁ ଭୟ