Latest Odisha News

ଦୁଇଟି ଅନୁବାଦ ଗଳ୍ପ : ଆମ ଦେଶ , ପାକିସ୍ତାନ

୧୯୨୭ ମସିହାରେ ଅବିଭକ୍ତ ପଞ୍ଜାବର ଲୁଥିଆନାରେ ଜନ୍ମଗ୍ରହଣ କରିଥିବା ଇବ୍‌ନୋ ଇନ୍‌ସା ୧୯୪୭ ମସିହାରେ ଦେଶ ବିଭାଜନ ହେବାପରେ ପାକିସ୍ତାନକୁ ଦେଶାନ୍ତର ହୋଇଥିଲେ । କରାଚୀରେ ସ୍ଥାୟୀ ଭାବେ ବସବାସ କରି ସେ ୧୯୭୮ ମସିହାରେ ମୃତ୍ୟୁବରଣ କରିଥିଲେ । ଉର୍ଦ୍ଦୁ ସାହିତ୍ୟର ଜଣେ ସୁନାମଧନ୍ୟ କବି, ଗାଳ୍ପିକ, ବ୍ୟଙ୍ଗକାର ଏବଂ ଶିଶୁ ସାହିତ୍ୟିକ ରୂପେ ସେ ସର୍ବତ୍ର ସୁପରିଚିତ । ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ବେଶ୍ ପ୍ରଭାବୀ । ଦେଶ ବିଭାଜନ ଉପରେ ଇବ୍‌ନୋ ଇନ୍‌ସାଙ୍କର ଦୁଇଟି ଚର୍ଚ୍ଚିତ ମିନିଗଳ୍ପ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୩ 

ମୂଳ ରଚନା : ଇବ୍‌ନୋ ଇନ୍‌ସା

୧. ଆମ ଦେଶ

‘ଇରାନରେ କେଉଁମାନେ ବସବାସ କରନ୍ତି?’
‘ଇରାନୀ ଲୋକମାନେ ଇରାନରେ ରହନ୍ତି ।’
‘ଇଂଲଣ୍ଡରେ କେଉଁମାନେ ବସବାସ କରନ୍ତି?’
‘ଇଂଲିଶ୍ ଲୋକମାନେ ଇଂଲଣ୍ଡରେ ରହନ୍ତି ।’
‘ଫ୍ରାନ୍ସରେ କେଉଁ ଲୋକମାନେ ବସବାସ କରନ୍ତି?’
‘ଫରାସୀ ଲୋକମାନେ ସେ ଦେଶରେ ରହନ୍ତି ।’
‘ଏ ଦେଶର ନାଁ କ’ଣ?’
‘ଏ ଦେଶର ନାଁ ପାକିସ୍ତାନ ।’
‘ତା’ହେଲେ ଏଠାରେ କେବଳ ପାକିସ୍ତାନୀ ଲୋକମାନେ ରହିବା କଥା
ନା ନାହିଁ?’
‘ନା । ପାକିସ୍ତାନୀ ଲୋକେ ଏଠାରେ ବସବାସ କରୁନାହାନ୍ତି । ଏଠାରେ ସିନ୍ଧିମାନେ ରହୁଛନ୍ତି, ପଞ୍ଜାବୀମାନେ ରହୁଛନ୍ତି, ବଙ୍ଗୀୟମାନେ ବି ରହୁଛନ୍ତି । ଏସବୁ ଜାତି ଓ ଗୋଷ୍ଠୀର ଲୋକେ ଏଠାରେ ଅଛନ୍ତି । ଦେଶଟାସାରା ଚାରିଆଡ଼େ ଏମାନେ ବିଛାଡ଼ି ହୋଇ ରହିଛନ୍ତି ।’

‘କିନ୍ତୁ ହିନ୍ଦୁସ୍ତାନରେ ତ ପଞ୍ଜାବୀମାନେ ରହନ୍ତି । ସିନ୍ଧିମାନେ ବି ସେଠାରେ ଅଛନ୍ତି । ତା’ହେଲେ ଆଉ ଗୋଟାଏ ଦେଶ କାଇଁକି ସୃଷ୍ଟି କରାହେଲା?’ ‘କ୍ଷମା କରିବେ । ଏ ନିଷ୍ପତ୍ତି ଭୁଲ୍ ଥିଲା । ଆମେ ଏ ଭୁଲ୍ ଆଉ ଥରେ ଦୋହରାଇବାନି ।’

-ଠ-

୨. ପାକିସ୍ତାନ

ଭୌଗୋଳିକ ମାନଚିତ୍ର: ‘ସିଟୋ’ ପାକିସ୍ତାନର ପୂର୍ବ ଦିଗକୁ ଅବସ୍ଥିତ । ପଶ୍ଚିମ ଦିଗକୁ ଅବସ୍ଥିତ । ଉତ୍ତର ପଟକୁ ଅଛି ତାସକେଣ୍ଟ ଆଉ ଦକ୍ଷିଣ ଦିଗରେ ସମୁଦ୍ର । ଏହାର ଅର୍ଥ କ’ଣ ଏଇଆ ଯେକେହି ଜଣେ ଯଦି ଏଠାରୁ ଖସି ପଳାଇବାକୁ ଚାହିଁଲା, ତା’ହେଲେ ସେ ପଳେଇ ପାରିବେନି?’ ଦୁଇ ପାକିସ୍ତାନ ପରସ୍ପରଠାରୁ କେତେ ଦୂର ସେକଥା ଆଜି ଆମେ ଅନୁଭବ କରି ପାରୁଛୁ । ଉଭୟଙ୍କର ନିଜସ୍ୱ ସୀମାରେଖା ଅଛି । ପଶ୍ଚିମ ପାକିସ୍ତାନର ଉତ୍ତରକୁ ପଞ୍ଜାବ । ସିନ୍ଧୁ ପ୍ରଦେଶ ଦକ୍ଷିଣ ଦିଗରେ, ପୂର୍ବ ପଟେ ଭାରତ ଓ ପଶ୍ଚିମ ଦିଗକୁ ବେଲୁଚିସ୍ତାନ । ମିଆଁ, ଖୋଦ୍ ପାକିସ୍ତାନ କଥା କ’ଣ? ସେ ଦେଶଟା କେଉଁଠି?

– ସେଇ ପ୍ରସଙ୍ଗ ଉପରେ ଏବେ ଜୋର୍‌ସୋର୍ ଗବେଷଣା ଚାଲିଛି । ପୂର୍ବ ପାକିସ୍ତାନର ଚାରିକଡ଼େ ପୂର୍ବ ପାକିସ୍ତାନ ଘେରି ରହିଛି!

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩

Leave A Reply

Your email address will not be published.