Latest Odisha News

BREAKING NEWS

ଅଖା ଭିତରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ରାୟଗଡା: ପୁଣି ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର । ରାୟଗଡ଼ା ବସ୍‌ଷ୍ଟାଣ୍ଡ ପାଖରୁ ଏକ ଅଖା ଭିତରୁ ମିଳିଛି ଜଣେ ନବଜାତ ଶିଶୁପୁତ୍ରର ମୃତଦେହ । ଏହାକୁ ଜଣେ ସଫେଇକର୍ମୀ ପାଇଥିବାବେଳେ, ଶିଶୁଟିର ଦେହରେ ମେଡିକାଲ ଟ୍ୟାଗ୍ ଲାଗିଥିବା ଦେଖିବାକୁ ମିଳିଛି ।

ମୃତ ଶିଶୁଟିର ଦେହରେ ଲାଗିଥିବା ଟ୍ୟାଗରୁ ତାର ବାପା ରମେଶ ମାଝି ଓ ମାଆ ରାଇସିଂ ମାଝି ବୋଲି ଜଣାପଡିଛି । ପିଲାଟି କାଶୀପୁର ବ୍ଲକ୍ ଡଙ୍ଗାସିଲ ସ୍ୱାସ୍ଥ କେନ୍ଦ୍ରର ଗତ ୧୬ ତାରିଖରେ ଜନ୍ମ ହୋଇଥିବା ଲେଖା ରହିଛି । ସେହିପରି ପିଲାଟିର ଘର ବାମନପୁଟ ବୋଲି ଲେଖାଯାଇଛି ।

ତେବେ ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଟିର ମୃତ୍ୟୁ ହୋଇଛି । ସେ ଡାକ୍ତର ଶିବରଞ୍ଜନ ନାୟକଙ୍କ ଦ୍ବାରା ଚିକିତ୍ସାଧୀନ ଥିଲା ।

ପୋଲିସ ଅଧାକୀରଙ୍କ ସୂଚନା ମୁତାବକ, ଉକ୍ତ ଶିଶୁ ପୁତ୍ରଟି ନିଜ ଘରେ ଜନ୍ମ ନେଇଥିଲା ହେଲେ ପରେ ଉଭୟ ମାଆ ଓ ଶିଶୁ ର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଲା । ଯାହାଫଳରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ମହିଳା ଜଣଙ୍କ ଆଉ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲେ । କିନ୍ତୁ ପୂର୍ବରୁ ଜନ୍ମ ନେଇଥିବା ଶିଶୁ ପୁତ୍ର ଟିର ମୃତ୍ୟୁ ହୋଇଯିବାରୁ ଘରକୁ ଯିବା ବାଟରେ ଏକ ଅଖାରେ ପୁରାଇ ବାପା ରମେଶ ମାଝି ବସସ ଷ୍ଟାଣ୍ଡ ନିକଟରେ ଫୋପାଡି ଦେଇଥିଲେ ।

ଆଜି ସକାଳୁ ସଫେଇକର୍ମୀଚାରୀ ଉକ୍ତ ଅଖାଟିକୁ ଦେଖିଥିଲେ ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.