Latest Odisha News

ଟ୍ରିଟମେଣ୍ଟ ପାଇଁ ଜର୍ମାନୀରେ ଅନିଲ କପୁର, ଶେୟାର କଲେ ଭିଡିଓ ,କହିଲେ ଆଜି ଚିକିତ୍ସାର ଶେଷ ଦିନ

ମୁମ୍ବାଇ: ବଲିଉଡର ଫିଟନେସ୍ ଏଭରଗ୍ରୀନ୍ ଷ୍ଟାର ଅନିଲ କପୁର ଏବେ ରୋଗରେ ପୀଡିତ । ଅନୀଲ କପୁର ନିଜ ରୋଗର ଟ୍ରିଟମେଣ୍ଟ ପାଇଁ ଜର୍ମୀନୀ ଯାଇଛନ୍ତି । ସେଠାରୁ ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ହେଲେ ଭିଡିଓରେ ତାଙ୍କର କ୍ୟାପସନ ଦେଖି ଏବେ ଚିନ୍ତାରେ ପଡି ଯାଇଛନ୍ତି ଅନିଲଙ୍କ ଫ୍ୟାନ୍ । ମୁଁ ମୋ ଚିକିତ୍ସା ପାଇଁ ଜର୍ମାନୀ ଆସିଛି ।

ଆଜି ମୋର ଟ୍ରିଟମେଣ୍ଟର ଶେଷ ଦିନ ବୋଲି ଫ୍ୟାନ ମାନଙ୍କୁ ଏକ ଭିଡିଓ ସେୟାର କରି ଅନିଲ ଜଣାଇଛନ୍ତି । ଏବଂ ଡକ୍ଟର ମୁଲେରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଅନିଲ । ଏହି ଭିଡିଓରେ ଅନିଲ କପୁର ଜର୍ମାନ ଷ୍ଟ୍ରିଟରେ ସ୍ନୋ ଫଲରେ ଚାଲୁଥିବା ଦେଖିବାକୁ ମିଳିଥିଲା । ହେଲେ ଅନୀଲ କେଉଁ ରୋଗର ଚିକିତ୍ସା ପାଇଁ ଜର୍ମାନ ଯାଇଛନ୍ତି ତାହା ଜଣାପଡିନାହିଁ ।

 

Leave A Reply

Your email address will not be published.