Latest Odisha News

BREAKING NEWS

ରିଲିଜ ହେଲା ସଞ୍ଜୟ ଲୀଲା ଭଂସାଲୀଙ୍କ ‘ମଲାଲ’

ମୁମ୍ବାଇ : ଜୁଲାଇ ୫ (ଶୁକ୍ରବାର) ପରଦାକୁ ଆସିଛି ସଞ୍ଜୟ ଲୀଲା ଭଂସାଲୀଙ୍କ ‘ମଲାଲ’ । ଏହାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦୁଇ ନବାଗତ କଳାକାର । ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଭାଣିଜୀ ଶର୍ମିନ ସହଗଲ ଓ ଅଭିନେତା ଜାବେଦ ଜାଫରୀଙ୍କ ପୁଅ ମିଜାନ ଜାଫରୀ ପ୍ରଥମ ଥର ପାଇଁ ବଲିଉଡ଼ରେ ପାଦ ରଖିଛନ୍ତି ।

‘ମଲାଲ’ ପ୍ରଥମ ଦିନରେ ହିଁ ୭୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ଆଗକୁ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ରୋଜଗାର କରିବ ବୋଲି ସିନେ ସମୀକ୍ଷକ ମାନେ ମତ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ମଙ୍ଗେଶ ହାଦାୱାଲେ ଦେିଛନ୍ତି । ତେବେ ବଲିଉଡର ହିଟ ମାଷ୍ଟର ଭଂସାଲୀଙ୍କୁ ଏହି ନୂଆ ଯୋଡ଼ି ସଫଳ କରି ପାରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।

Leave A Reply

Your email address will not be published.