Latest Odisha News

BREAKING NEWS

ଶିଶୁ କବିତା : ତୁମେ ଆମର ଭବିଷ୍ୟ

ବନ୍ଦିତା ଦାଶ

ଆସରେ ପିଲେ ଆସ
ମୁହଁରେ ଫୁଟାଇ ହସ
ନୂଆ ରାଇଜେ
ଅଛି ତୁମ ପାଇଁ
କେତେ ରସ କେତେ ବାସ… ।

ତୁମେ ଆମ ସାହସ
ତୁମେ ହିଁ ଗଢ଼ ଦେଶ
ନଥିବ ଯହିଁ ଟିକିଏ ହେଲେ
ହିଂସା କି ବିଦ୍ୱେଷ ।।

ହାତରେ ହାତ ରଖ
ମନରେ ମନ ଯୋଖ
ମଣିଷପଣିଆ
ଜୟଗାନ କରି
ମିଶିକି ରହିବା ଶିଖ।।

କରିବ ନୂଆ ପ୍ରୟାସ
ନହେବ କେବେ ବିବଶ
ମଙ୍ଗୁଆଳ ସାଜି
ବାହିବ ନଉକା
ଉଜ୍ଜ୍ବଳ କରି ଦେଶ।।

ଆସରେ ପିଲେ ଆସ
ଧାଇଁ ଧାଇଁ ଧାଇଁ ଆସ
ବାକିଆ ପଡିଛି
ଯେତେ ସବୁ କାମ
ଚଞ୍ଚଳ କର ଶେଷ ।।

କାଂଶବାହାଲ,ସୁନ୍ଦରଗଡ଼
୮୦୧୮୦୯୮୯୨୮

Leave A Reply

Your email address will not be published.