Latest Odisha News

BREAKING NEWS

ତରୁଣ ତେଜପାଲଙ୍କୁ ଝଟକା, ଯୌନ ନିର୍ଯ୍ୟାତନା ମାମଲା ପ୍ରତ୍ୟାହାରକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ସାମ୍ବାଦିକ ତରୁଣ ତେଜପାଲ ତାଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡନ ତଥା ଅପହରଣ ମାମଲାକୁ ପ୍ରତ୍ୟାହାର କରିବା ନେଇ କୋର୍ଟରେ ଆବେଦନ କରିଥିବା ବେଳେ ସୁପ୍ରିମକୋର୍ଟ ସୋମବାର ଦିନ ଏହାକୁ ଅଗ୍ରାହ୍ୟ କରିଛନ୍ତି ।

ତରୁଣଙ୍କ ବିରୋଧରେ ମାମଲା ଜାରି ରହିବ ବୋଲି ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ଏମଆର ଶାହା ଏବଂ ବିଆର୍ ଗାଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଶୀର୍ଷ ଅଦାଲତଙ୍କ ଖଣ୍ଡପୀଠ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଆହୁରି ମଧ୍ୟ ଖଣ୍ଡପୀଠ ତେଜପାଲଙ୍କ ବିରୋଧରେ ଥିବା ମାମଲାର ବିଚାର ପ୍ରାୟ ୬ ମାସ ମଧ୍ୟରେ ସାରିବାକୁ ଗୋଆର ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ନିଜ ସହକର୍ମୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ତେହେଲକାର ପ୍ରତିଷ୍ଠାତା ତଥା ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ପରେ ସେହିବର୍ଷ ନଭେମ୍ବରରେ ଗିରଫ ହୋଇଥିବା ବେଳେ ୨୦୧୪ ମସିହା ଠାରୁ ସେ ଜାମିନରେ ରହିଛନ୍ତି ।

Leave A Reply

Your email address will not be published.