Latest Odisha News

କୁଚିଣ୍ଡା ବିଡିଓଙ୍କ ଗାଡି ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ସମ୍ବଲପୁର: ଆଜି(ମଙ୍ଗଳବାର) ବ୍ଲକ ଉନ୍ନୟନ ଅଧିକାରୀଙ୍କ ବଲୋରୋ ଧକ୍କାରେ ଜଣେ ସ୍କୁଟି ଆରାହେୀଙ୍କର ମୃତ୍ୟୁ । କୁଚିଣ୍ଡା ଥାନା ଅଧୀନ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ସ୍କୁଟିର ସମ୍ମୁଖ ଭାଗ  ଚୁରମାର ହୋଇଯାଇଥିଲା। ଘଟଣାସ୍ଥଳରୁ ଶଙ୍କରମୁଣ୍ଡାଙ୍କୁ ଗୁରୁତର ଭାବେ ପୋଲିସ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ ବିଡିଓଙ୍କ ଗାଡିର ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, କୁଚିଣ୍ଡା ବିଡିଓ ଜୟନ୍ତ ସାହୁ ଆଜି ପୂର୍ବାହ୍‌ଣରେ କୁନ୍ତରା ଗୋକୁଲ ପାର୍ବତୀ ରୁରାଲ କଲେଜ +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାକୁ ଏକ ବଲେରୋ (ଓଡି ୧୫ଟି ୦୪୨୬)ରେ ଯାଇଥିଲେ। ସେଠାରୁ କୁଚିଣ୍ଡାକୁ ଫେରିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟି ସହିତ ବଲେରୋର ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଦିନ ପ୍ରାୟ ୧୨ ଟା ୩୦ରେ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ମୃତକ ଜଣକ କୁସୁମୀ ସାଲେଭାଡ଼ି ଗ୍ରାମପଞ୍ଚାୟତ ନିକଟସ୍ଥ ଡୁଲେସରା ଗ୍ରାମର ଶଙ୍କର ମୁଣ୍ଡା। ପେଶାରେ ସେ ଜଣେ ଶିକ୍ଷକ । ଫଟାଟାଙ୍ଗର ସ୍କୁଲରେ ସେ କାର୍ଯ୍ୟରତ ଥିଲେ।

Comments are closed.