Latest Odisha News

BREAKING NEWS

ଫେବୃଆରୀ ୧୩ରୁ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକାର ୨ୟ ଡ‌ୋଜ ପ୍ରଦାନ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୩ରୁ ସ୍ୱାସ୍ଥ୍ୟ ସେବାର‌େ ନିୟ‌ୋଜିତ ଓ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କରୋନା ଟିକାର ଦ୍ବିତୀୟ ଡୋଜ ଦିଆଯିବ।

ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଦିନ ନିତି ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ଯ‌େ, “ଏପର୍ଯ୍ୟନ୍ତ ସେମାନଙ୍କୁ କେବଳ ଟିକାର ପ୍ରଥମ ଡୋଜ ଦିଆଯାଇଛି। ଫେବୃଆରୀ ୧୩ରୁ ୨ୟ ଡୋଜ ଟିକା ପ୍ରଦାନ କରାଯିବ।

ତେବେ ଦେଶବ୍ୟାପୀ ଜାନୁଆରୀ ୧୬ରୁ ମେଗା ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ସରକାରୀ ରେକର୍ଡ ଅନୁଯାୟୀ, ଗୁରୁବାର ଦିନ ୧ଟା ୩୦ମି. ସୁଦ୍ଧା ୪୫,୯୩,୪୨୭ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଛି। ଏପରିକି ଟୀକାକରଣରେ ଭାରତ ଆଗୁଆ ଦେଶ ହୋଇଥିବା ବେଳେ ୪ ମିଲିୟନ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି।

‌ତେବେ ତାମିଲନାଡୁ, ଆସାମ ଏବଂ ଜମ୍ମୁ କାଶ୍ମୀର ସମେତ ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କେବଳ ୩୦% କିମ୍ବା ତା’ଠାରୁ କମ୍ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି।

Leave A Reply

Your email address will not be published.