Latest Odisha News

ବିବାଦରେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ, ୨ ପିଲାଙ୍କୁ ଘରେ ବନ୍ଦୀ କରି ରଖିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଲେ ଦ୍ବିତୀୟ ପତ୍ନୀ

ମୁମ୍ବାଇ: ମହାରାଷ୍ଟ୍ରର ସାମାଜିକ ନ୍ୟାୟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ବିବାଦ ମଧ୍ୟକୁ ଟାଣି ହୋଇଛନ୍ତି । ଧନଞ୍ଜୟ ମୁଣ୍ଡେଙ୍କ ଦ୍ବିତୀୟ ପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହିତ ତାଙ୍କର ଦୁଇ ଜଣ ପିଲାଙ୍କୁ ମଧ୍ୟ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ।
ପତ୍ନୀ କରୁଣା ଶର୍ମା ଅଭିଯୋଗ କରିଛନ୍ତି ଦୁଇ ପିଲାଙ୍କୁ ଧନଞ୍ଜୟ ତାଙ୍କର ସରକାରୀ ବାସଭବନରେ ବନ୍ଦୀ କରି ରଖିଛନ୍ତି। ଏନେଇ ସେ ଡିଜିପି ହେମନ୍ତ ନାଗରାଲେଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

କିଛି ଦିନ ପୂର୍ବରୁ ଯେତେବେଳେ ସେ ପିଲାମାନଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ବହୁ ସଂଖ୍ୟାରେ ପୋଲିସ କର୍ମୀ ତାଙ୍କୁ ଭିତରକୁ ପଶିବା ପାଇଁ ଅନୁମତି ଦେଇନଥିଲେ । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପତ୍ନୀ । ଏହାସହିତ ଯଦି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ସେ ଫେବୃଆରୀ ୨୦ରୁ ଆଜାଦ ମଇଦାନରେ ଥିବା ମନ୍ତ୍ରାଳୟ ବାହାରେ କିମ୍ବା ମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣାରେ ବସିବାକୁ ଧମକ ଦେଇଛନ୍ତି । ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ।

Leave A Reply

Your email address will not be published.