Latest Odisha News

BREAKING NEWS

ନବବର୍ଷରେ କେବଳ ଭାରତରେ ଜନ୍ମ ନେଲେ ୬୯,୦୦୦ ଶିଶୁ !

ନ୍ୟୁୟର୍କ : ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ସର୍ବାଧିକ ୬୯,୦୦୦ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି ।

ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଏକ ସୂଚନାନୁଯାୟୀ ନବବର୍ଷ ଅବସରରେ ଭାରତ ଯେ କେବଳ ୨୦୧୯ ବର୍ଷକୁ ସ୍ୱାଗତ ତାହା ନୁହେଁ ଏଥିସହିତ ୬୯,୦୦୦ ନବଜାତକଙ୍କୁ ମଧ୍ୟ ସ୍ୱାଗତ କରିଛି ।

ଭାରତ ପଛକୁ ଚୀନ୍ ମଧ୍ୟ ୪୪,୯୪୦ ନବଜାତକଙ୍କ ଜନ୍ମ ଦେଇ ଦ୍ୱିତୀୟ ସ୍ଥାନରେ ରହିଛି । ଏହାବ୍ୟତୀତ ଭାରତର ପଡୋଶୀ ଦେଶ ପାକିସ୍ଥାନରେ ୧୫,୧୧୨ , ଇଣ୍ଡୋନେସିଆରେ ୧୩,୨୫୬, ଯୁକ୍ତରାଷ୍ଟ୍ର ଆମେରିକାରେ ୧୧,୦୮୬ ଏବଂ ବାଙ୍ଗଲାଦେଶରେ ୮,୪୨୮ ନବଜାତକ ଶିଶୁ ୨୦୧୯ ନବବର୍ଷରେ ଜନ୍ମ ଗ୍ରହଣ କରିଛନ୍ତି ।

“ମଧ୍ୟରାତ୍ରିର ଘଣ୍ଟା ବାଜିବା ମାତ୍ରେ ସିଡନୀ ସହରରେ ୧୬୮ ଶିଶୁଙ୍କୁ ସ୍ୱାଗତ କରିଛି ନବବର୍ଷ । ସେହିପରି ଟୋକିଓରେ ୩୧୦, ବେଜିଂ ୬୦୫, ମାଦ୍ରିଦରେ ୧୬୬ ଏବଂ ନ୍ୟୁୟର୍କରେ ୩୧୭ ଜଣ ନବଜାତକ ଜନ୍ମଗ୍ରହଣ କରିଛନ୍ତି” ବୋଲି ୟୁନିସେଫ କହିଛି ।

ଏହି ରିପୋର୍ଟ ଅନୁଯାୟୀ ୨୦୧୬-୧୭ ମସିହାରେ ଓଡିଶାରେ ୧୨,୦୦ ନବଜାତକଙ୍କ ମୃତ୍ୟୁ ଘଟିଛି ।
“ଯଦି ଆମେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଉପଯୁକ୍ତ ତାଲିମ କରିବା ତେବେ ଏହି ନବଜାତକ ଶିଶୁ ମୃତ୍ୟୁହାର ହ୍ରାସ ହୋଇପାରନ୍ତା” ବୋଲି କହିଛନ୍ତି ୟୁନିସେଫର ଡେପୁଟି ଏକଜିକ୍ୟୁଟିଭ୍ ଡାଇରେକ୍ଟର ଚାର୍ଲଟି ପେଟ୍ରି ।

Leave A Reply

Your email address will not be published.