Latest Odisha News

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ

ସୁକମା: ଛତିଶଗଡରେ ସୁରକ୍ଷାବଳଙ୍କୁ ବଡ ସଫଳତା । ଏନକାଉଣ୍ଟରରେ ସଫା ହେଲେ ୧୨ ମାଓବାଦୀ । ବିଜାପୁର ଓ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ତରଫରୁ ପ୍ରଥମେ ଗୁଳିବିନିମୟ ହୋଇଥିଲା । ଯାହାର ପାଲଟା ଯବାବ ଦେଇଥିଲେ ସୁରକ୍ଷାବଳ । ଯେଉଁଥିରେ ଟଳିଛନ୍ତି ୧୨ ଜଣ ମାଓବାଦୀ ।

ଏସଟିଏଫ୍, ଡିାରଜି, ସିଆରପିଏଫ୍ କୋବ୍ରା ଏବଂ ବସ୍ତର ଫାଇଟର ର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ବସ୍ତର ଆଇଜି ସୁନ୍ଦରରାଜ ପିଙ୍କ ନେତୃତ୍ୱରେ ମାଓ ଦମନ ଅପରେସନ ଚାଲିଛି ।

ନିକଟରେ ଆଇଇଡି ବିସ୍ଫୋରଣ କରି ଯବାନଙ୍କ ଗାଡ଼ି ଉଡ଼ାଇଥିଲେ ମାଓବାଦୀ । ଯେଉଁଥିରେ ୮ ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଯାଇଥିଲେ । ଏହି ଘଟଣା ପରେ ସମ୍ପୂର୍ଣ୍ଣ ମାଓଦମନ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା । ମାଓ ପ୍ରବଳ ଅଞ୍ଚଳରୁ ଖୋଜିଖୋଜି ମାଓବାଦୀଙ୍କୁ ନିପାତ କରାଯାଉଛି ।

Comments are closed.