Latest Odisha News

ଟ୍ରେଣ୍ଡ ହେଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଜନ୍ମ ଦିବସ ଅବସରରେ ପ୍ରଶଂସକମାନଙ୍କୁ ତାଙ୍କ ଆଗାମୀ ଫିଲ୍ମ ପଠାନର ଟିଜର ଶେୟାର କରିଛନ୍ତି । ଅବଶ୍ୟ ଏହି ଫିଲ୍ମର ଟିଜର ନେଇ ମିଶ୍ରିତ ପ୍ରତିକ୍ରିୟା ଆସିଛି । କେତେକ ଏହାକୁ ବେଶ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ମାର୍ଭଲ୍ସ ଓ ହ୍ରିିତିକ ରୋଶନଙ୍କ ୱାର ଫିଲ୍ମକୁ ନକଲ କରାଯାଇଛି ବୋଲି କହିଛନ୍ତି । ତେବେ ଏହା ମାଧ୍ୟମରେ ଶାହାରୁଖଙ୍କ ପଠାନ ଫିଲ୍ମକୁ ବୟକଟ କରିବା ପାଇଁ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ ହୋଇ ଯାଇଛି । ଏପରିକି ବୟକଟ ପଠାନ ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଦୀପିକା ପାଦୁକୋନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟାର୍ଗେଟ କରାଯାଇଛି । ଜେଏନୟୁ ଯାଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିବା ଦୀପିକାଙ୍କ ଫିଲ୍ମକୁ ବୟକଟ କରିବା ଦାବୀ ଜୋର ଧରିଛି ।

ପୂର୍ବରୁ ଲାଲ ସିଂ ଚଢ଼ା, ଅତରଂଗୀ ରେ, ସମ୍ରାଟ ପୃଥ୍ୱୀରାଜ ବୟକଟ ଟ୍ରେଣ୍ଡର ଶୀକାର ହୋଇ ସାରିଛନ୍ତି । ନିକଟରେ କୌଣସି ବଲିଉଡ ଫିଲ୍ମ ସେ ଭଳି ଆଖି ଦୃଶିଆ ବ୍ୟବସାୟ କରିପାରି ନାହିଁ । ଅପରପକ୍ଷରେ ଦର୍ଶକଙ୍କ ରୁଚି ଦକ୍ଷିଣ ଭାରତ ଫିଲ୍ମ ପ୍ରତି ଅଧିକ ରହିଛି । କାନ୍ତାରା ଏହାର ଜ୍ୱଳନ୍ତ ଉଦାହରଣ । ଶାହାରୁଖ, ଦୀପିକା ଓ ଜନ ଆବ୍ରାହାମ ଅଭିନୀତ ପଠାନ ଆସନ୍ତା ବର୍ଷ ୨୫ ଜାନୁୟାରୀରେ ରିଲିଜ ହେବ । ଦେଖାଯାଉ ଏହି ଫିଲ୍ମ ବୟକଟ ଟ୍ରେଣ୍ଡକୁ କିପରି ସାମ୍ନା କରୁଛି ।

Leave A Reply

Your email address will not be published.