Latest Odisha News

BREAKING NEWS

ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ

ଢ଼ାକା: ବାଂଲାଦେଶ କ୍ରିକେଟ ଟିମର ସିନିୟର ଅଲରାଉଣ୍ଡର ଶକିବ ଉଲ ହାସନ ପ୍ରଦର୍ଶନ ତୁଳନାରେ ବିବାଦୀୟ ଘଟଣା ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଜଣେ ଗ୍ରାଉଣ୍ଡସମ୍ୟାନ ଉପରେ ହାତ ଉଠାଉଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓରେ ଶାକିବ ପଡିଆରେ ଷ୍ଟାଫଙ୍କ ସହ ଛିଡା ହୋଇଥିଲେ । ସେ ସମୟରେ ଗ୍ରାଉଣ୍ଡସମ୍ୟାନ ତାଙ୍କ ସହ ଏକ ସେଲଫି ନେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଶାକିବ ହଠାତ ରାଗିଯାଇ ତାଙ୍କ ବେକକୁ ଧରିବା ସହ ହାତ ଉଠାଇଥିଲେ । ଗ୍ରାଉଣ୍ଡସମ୍ୟାନ ଭୟରେ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ ।

ପୂର୍ବରୁ ଅମ୍ପାୟର ଓ ବିପକ୍ଷ ଦଳର ଖେଳାଳିଙ୍କ ପ୍ରତି ଶାକିବ ଖରାପ ବ୍ୟବହାର ପ୍ରଦର୍ଶନ କରି ସମାଲୋଚିତ ହୋଇଛନ୍ତି । ଶାକିବ ବାଂଲାଦେଶ ପକ୍ଷରୁ ୬୭ ଟେଷ୍ଟ, ୨୪୭ ଦିିନିକିଆ ଓ ୧୧୭ ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଆଇପିଏଲରେ ୭୧ ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.