Latest Odisha News

BREAKING NEWS

ଶାର୍ଲିନ ଚୋପ୍ରାଙ୍କ ଚାଂଚଲ୍ୟକର ବୟାନ, ଫିଲ୍ମ ଇଣ୍ଡଷ୍ଟ୍ରି ପାର୍ଟିରେ ଟ୍ରେରେ ଡ୍ରଗ୍ସ ଦିଆଯାଉଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବଲିଉଡର ଅନେକ ଅକୁହା କାହାଣୀ ଖୋଲି ଦେଇ ଯାଇଛି । ନିଶା, ଯୌବନର କାରୋବାର ଓ ଟଙ୍କା ପାଇଁ ଏଠି ସବୁ କିଛି କରାଯାଉଥିଲା । ବଡ ନାମ ପଛରେ ଭୟଙ୍କର ଚେହେରା ସବୁ ଲୁଚି ରହିଥିବା ପ୍ରମାଣିତ ହେଉଛି । ଶନିବାର ବିବାଦୀୟ ମଡେଲର ଶାର୍ଲିନ ଚୋପ୍ରା ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ବଡ ପାର୍ଟିରେ ଟ୍ରେରେ ଡ୍ରଗ୍ସ ରଖାଯାଇ ଦିଆଯାଉଥିଲା ।

କାମସୂତ୍ରର ଏହି ହିରୋଇନ ସୋସିଆଲ ସାଇଟରେ ଏକ ଭିଡିଓ ସହ ଏହାକୁ ଶେୟାର କରିଛନ୍ତି । ମୁଁ ବି ନିଶା କବଳରେ ପଡି ଯାଇଥିଲି । ୨୦୧୭ରେ ବହୁତ କଷ୍ଟରେ ଏହାକୁ ଛାଡି ଥିଲି । ଯୋଗ ମାଧ୍ୟମରେ ଫିଟନେସସ୍ତର ସୁଧାରି ପାରିଛି । ଏବେ ଭାବୁଛି କାହିଁକି ଫିଲ୍ମ ନିର୍ମାତାମାନେ ନୈଶ୍ୟଭୋଜିକୁ ମୋତେ ବାରମ୍ବାର ଡାକୁଥିଲେ ବୋଲି ସେ କହିଛନ୍ତି । ଚୋପ୍ରାଙ୍କ ଏହି ମେସେଜ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.