Latest Odisha News

BREAKING NEWS

ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ଶିମିଳିପାଳ

ମୟୁରଭଞ୍ଜ: ଗତ ୧ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘନ କୁହୁଡ଼ି ହେଉଛି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ। ଏନେଇ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିପରି ଘୋଷଣା କରିଛନ୍ତି ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡ଼ିଏନ୍।

କରୋନାର ଭୟାବହତା କିଛି କମିବା ପରେ ଅଭୟାରଣ୍ୟ ଖୋଲିଥିଲା। ମେ ୧୫ତାରିଖରେ ବର୍ଷା ଋତୁକୁ ଆଖି ଆଗରେ ରଖି ବନ୍ଦ କରାଯାଇଥିଲା। ଏହାପରେ ଶୀତ ଆଗମନ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍। ନଭେମ୍ବର ୧ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା ଶିମିଳିପାଳ ଗେଟ୍। ଚଳିତବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଥିଲା। ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ କୁହାଯାଇଥିଲା।

ଶିମିଳିପାଳ ଖୋଲିବା ପରେ କାହିଁ କେତେ ଦୂରରୁ ଯାତ୍ରୀମାନେ ଧାଇଁ ଆସିଥିଲେ। ମାତ୍ର ଏବେ ଶିମିଳିପାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାବେଳେ ଏପରି ହଠାତ୍ ବନ୍ଦ ଘୋଷଣା ଯୋଗୁଁ ସେମାନେ ନିରାଶ ହୋଇଛନ୍ତି।

Leave A Reply

Your email address will not be published.