Latest Odisha News

ବଲିଉଡରେ ଡେବ୍ୟୁ କରିବେ ସୁହାନା ଖାନ୍ ,ଖୁସି କପୁର ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ,ଫିଲ୍ମ ‘ଦ ଆର୍ଚିସ’ର ସୁଟିଂ ଆରମ୍ଭ

ମୁୁମ୍ବାଇ : ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବଲିଉଡରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି ଶାହାରୁଖ ଖାନଙ୍କ ଝିଅ ଶୁହାନା ଖାନ୍, ଓ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା । ଏନେଇ ପ୍ରଡ୍ୟୁସର ରିମା  ସୋସିଆଲ ମିଡିଆରେ ଜଣାଇଛନ୍ତି ।

ଷ୍ଟାର କିଡ ମାନେ ଅଭିନୟ କରୁଥିବା ଏହି ଫିଲ୍ମର  ନାଁ ‘ଦ ଆର୍ଚିସ ‘ରଖାଯାଇଛି । ପ୍ରଡ୍ୟୁସର ରିମା ନିଜ ଇଷ୍ଟାଗ୍ରାମରେ ମୁଭି ସୁଟିଂ ଟାଇମର କିଛି ଫଟୋ  ସେୟାର କରିଛନ୍ତି । ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବ ବୋଲି ସୂଚନା ମିଳିଛି ।

ଫରହାନ ଅଖତର ମଧ୍ୟ ଏହି ମୁିଭି ସୁଟିଂ ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ଅପକମିଂ ମୁଭି ”ଆର୍ଚିସ୍” ଟିମକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଜୋୟା ଅଖତର ଓ ରିମା ଅଖତର ମିଶିକରି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।ନୂଆକରି ଅଭିନୟ ଦୁନିଆରେ ପାଦ ଦେଉଥିବା ଷ୍ଟାର କିଡ ମାନଙ୍କ ଅଭିନୟ ଦେଖିବା ଅପେକ୍ଷାରେ ଫ୍ୟାନମାନେ ।

Leave A Reply

Your email address will not be published.