Latest Odisha News

ଶିଶିର ବେହେରାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

ଭୁବନେଶ୍ୱର / ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଘୋଷିତ ହୋଇଛି । ପ୍ରଥମ ଥର ପାଇଁ ଏଥର ଏକ ଗଦ୍ୟ ରଚନା ପୁସ୍ତକକୁ ଏଥିପାଇଁ ମନୋନୀତ କରାଯାଇଛି । ଯୁବଲେଖକ ଶିଶିର ବେହେରାଙ୍କ ସାହିତ୍ୟ ଆଲୋଚନା ପୁସ୍ତକ “ବିମୁଗ୍ଧ ଉଚ୍ଚାରଣ” ଏହି ସମ୍ମାନଜନକ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏହି ପୁରସ୍କାର ବାବଦରେ ସମ୍ମାନ ଫଳକ ସହ ସାଧାରଣତଃ 50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ ।

35 ବର୍ଷରୁ କମ ବୟସର ଯୁବଲେଖକଙ୍କୁ 2011 ମସିହାରୁ ପ୍ରଦାନ କରାଯାଇ ଆସୁଥିବା ଏହି ପୁରସ୍କାର ପୂର୍ବରୁ ଗାୟତ୍ରୀବାଳା ପଣ୍ଡା, ସୃଷ୍ଟିଶ୍ରୀ ନାଏକ, କ୍ଷେତ୍ରବାସୀ ନାଏକ, ନରେନ୍ଦ୍ର କୁମାର ଭୋଇ, ସୁଜିତ ପଣ୍ଡା, ଜ୍ଞାନୀ ଦେବାଶିଷ ମିଶ୍ର, ସୂର୍ଯ୍ୟସ୍ନାତ ତ୍ରିପାଠୀ, ଜୟଦ୍ରଥ ସୁନା ପ୍ରମୁଖ ପାଇସାରିଛନ୍ତି ।

ଏଥିସହିତ ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ‘ବାଲ ପୁରସ୍କାର’ ମଧ୍ୟ ଘୋଷିତ ହୋଇଛି । ବରିଷ୍ଠ ଶିଶୁସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟ ଏଥିପାଇଁ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.