Latest Odisha News

BREAKING NEWS

ଇଂଲିଶ ପ୍ରିମିୟର ଲିଗରେ କରୋନା ବିସ୍ଫୋଟ

ଲଣ୍ଡନ: ଇଂଲିଶ ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଂଟରେ ଦର୍ଶକଙ୍କ ଉପରେ କଟକଣା ନ ଲଗାଇବା ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ ଖେଳାଳି, ସପୋର୍ଟିଂ ଷ୍ଟାଫଙ୍କ ସମେତ ୧୦୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସତ୍ୱେ ଏବେ ବି ଦର୍ଶକଙ୍କ ଏଂଟ୍ରି ଉପରେ କଟକଣା ଲଗାଯାଇ ନାହିଁ । ୧୫୧୮୬ କରୋନା ଟେଷ୍ଟ କରାଯିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି ।

ମ୍ୟାଚ ଉପଭୋଗ କରିବାକୁ ଆସୁଥିବା ଦର୍ଶକଙ୍କ ୪୮ ଘଂଟା ପୂର୍ବ ରିପୋର୍ଟ ଦେଖାଯାଇ ଷ୍ଟାଡିୟମକୁ ଛଡା ଯାଉଛି । ମ୍ୟାଚକୁ ବନ୍ଦ କରାଯିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ଆୟୋଜଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଆଗକୁ ଏ ନେଇ ସତର୍କତା ଅବଲମ୍ବନ କରାଯିବ ବୋଲି ଇପିଏଲ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.