Latest Odisha News

BREAKING NEWS

୧୨ରୁ ଗଡିବ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଗଡିବ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଓଡିଶାରୁ ଗୁଜରାଟକୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ ।  ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଓଡିଆଙ୍କ ପାଇଁ ଏହି ବ୍ୟବସ୍ଥା କରିଥିବାରୁ ଟୁଇଟ କରି ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜ୍ଞପ୍ତି ଅନୁସାରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ସପ୍ତାହକୁ ୪ ଦିନ ଚାଲିବ । ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ସପ୍ତାହକ ଥରେ ଓ ପୁରୀ-ଓଖା ଏକ୍ସପ୍ରେସ ମଧ୍ୟ ସାପ୍ତାହିକ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ପ୍ରବାସୀ ଓଡିଆଙ୍କ ଜୀବନ ଜିବିକା ପାଇଁ ସ୍ପେଶାଲ ଟ୍ରେନ ଚଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖିଥିେଲେ ଧର୍ମେନ୍ଦ୍ର । ତେବେ ରେଳ ବିଭାଗ ପକ୍ଷରୁ ଶ୍ରମିକ ଟ୍ରେନ ଚଳାଚଳ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ଟୁଇଟରରେ ପୋଷ୍ଟକରି ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 

Leave A Reply

Your email address will not be published.