ଭୁବନେଶ୍ବର:ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା । ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା ୪ଜଣଙ୍କ ଉପରେ ମାଡି ଯାଇଥିଲା। ଏପରିକି କାର୍ଟି ଭାରସାମ୍ୟ ହରାଇ ଏକ ଅଟୋ ଏବଂ ଏକାଧିକ ବାଇକ୍ ଉପରେ ଚଢି ଯାଇଥିଲା।
ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନାନୁସାରେ, କାର୍ ଟି ଦ୍ରୁତ୍ ଗତିରେ ଆସି ରାସ୍ତାକଡ଼ରେ ଆମ୍ବଗଛ ନିକଟ ଏକ ଚାହା ଦୋକାନ ନିକଟରେ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ଦୁର୍ଘଟଣା ଘଟାଇଥିବା କାର୍ ଚାଳକଜଣକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଥିବା ଜଣେ ଆମ୍ବୁଲାନ୍ସ ଚାଳକଙ୍କ କହିବାନୁସାରେ, କାର୍ ଚାଳକଜଣକ ନିଶାଶକ୍ତ ଥିଲେ।
