Latest Odisha News

ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ଶ୍ରୀଲଙ୍କା

କଲମ୍ବୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ୧୯୯୬ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କା ଯୋଗ୍ୟତା ଅର୍ଜନ କରିଛି । କ୍ୱାଲିଫାୟର୍ସରେ ଶ୍ରୀଲଙ୍କା ୯ ୱିକେଟରେ ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ଟିକେଟ କାଟିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୬୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ୩୩.୧ ଓଭରରେ ଶ୍ରୀଲଙ୍କା ଗୋଟିଏ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ପଶୁମ ନିଶଙ୍କା ୧୦୨ ବଲରେ ୧୦୧ ରନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ମହୀଶ ତୀକ୍ଷାଣା ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ । ସୁପର ୬ ରାଉଣ୍ଡରେ ଶ୍ରୀଲଙ୍କାର ଏହା କ୍ରମାଗତ ୪ର୍ଥ ବିଜୟ । ଶ୍ରୀଲଙ୍କାକୁ ମିଶାଇ ବର୍ତମାନ ୯ଟି ଟିମ ବିଶ୍ୱକପ ଯୋଗ୍ୟତା ହାସଲ କରିଛନ୍ତି ।

ବର୍ତମାନ ସ୍ଥିତି ଅନୁସାରେ ଶ୍ରୀଲଙ୍କା ୨ ନଭେମ୍ବରରେ ୱାଙ୍ଖେଡରେ ଭାରତକୁ ଭେଟିପାରେ । ମାତ୍ର ସମସ୍ତ ମ୍ୟାଚ ଶେଷ ହେବା ପରେ ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷିତ ହେବ । ଜିମ୍ବାୱେ ଓ ସ୍କଟଲାଣ୍ଡ ମଧ୍ୟରେ ଏବେ ବିଶ୍ୱକପ ମୂଖ୍ୟ ଡ୍ରରେ ସାମିଲ ହେବା ପାଇଁ କଡା ମୁକାବିଲା ହେବ ।

Leave A Reply

Your email address will not be published.