Latest Odisha News

BREAKING NEWS

୨୦୨୧ ମାର୍ଚ୍ଚ ସୁଦ୍ଧା ଓଡିଶାରେ ହେବ ଷ୍ଟାର୍ଟଅପ୍ ହବ୍‌

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଶାକୁ ଷ୍ଟାର୍ଟଅପ୍ ଲିଡରର ସ୍ୱୀକୃତି ମିଳିଛି । ୨୦୧୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ର‌୍ୟାଙ୍କିଂରେ ଏହା ସ୍ଥାନ ପାଇଛି ।

ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ଷ୍ଟାର୍ଟଅପ୍ କାଉନସିଲରୁ ସୂଚନା ମିଳିଛି ।

ଇତି ମଧ୍ୟରେ ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି । ଯେଉଁଥିରେ ୬୦୦ ଯୁବକ ତଥା ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ବର୍ତ୍ତମାନ ଇଡକୋର ନିର୍ମାଣାଧିନ ଜିରୋ-ହବକୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏକ ଉନ୍ନତ ଷ୍ଟାର୍ଟଅପ୍ ହବ୍ ଭାବେ ବିକଶିତ କରାଯିବ । ଏଥିସହିତ ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ନିମନ୍ତେ ସୁଯୋଗ ସୃଷ୍ଟି କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡା ଭୁବନେଶ୍ୱର ସ୍ଥିତ ସେଣ୍ଟାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ଓ ଜୀବନ ବିଜ୍ଞାନ ପ୍ରତିଷ୍ଠାନକୁ ଷ୍ଟାର୍ଟଅପ୍ ନୋଡାଲ୍ ସଂସ୍ଥା ଭାବେ ତାଲିକା ଭୁକ୍ତ କରିବା ପାଇଁ ଶ୍ରୀ ତ୍ରିପାଠୀ ଅନୁମୋଦନ ଦେଇଛନ୍ତି ।

 

Leave A Reply

Your email address will not be published.