Latest Odisha News

ରାଜ୍ୟସ୍ତରୀୟ ଖୋ ଖୋ: ଉଦଘାଟନୀ ମୁକାବିଲାରେ ବାଲେଶ୍ୱର, ଭୁବନେଶ୍ୱର ବିଜୟୀ

ପୁରୀ: ସ୍ଥାନୀୟ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୧୬ତମ ସବ ଜୁନିୟର ଓ ୧୨ ତମ ରାଜ୍ୟସ୍ତରୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଜୁନିୟର ବାଳକ ବିଭାଗର ଉଦଘାଟନୀ ମୁକାବିଲାରେ ଭୁବନେଶ୍ୱରକୁ ହରାଇ ବାଲେଶ୍ୱର ବିଜୟ ଅଭିଯାନ ଆରମ୍ଭ କରିଛି । ଅନ୍ୟ ମୁକାବିଲାରେ ଭଦ୍ରକକୁ ଯାଜପୁର, ଅନୁଗୁଳକୁ ବଲାଙ୍ଗୀର, ସମ୍ବଲପୁରକୁ ପୁରୀ ଓ ପୁରୀକୁ ଢ଼େଙ୍କାନାଳ ଟିମ ପରାସ୍ତ କରିଛି । ସର୍ବକନିଷ୍ଠ ବାଳିକା ବିଭାଗର ପ୍ରଥମ ମୁକାବିଲାରେ ବଲାଙ୍ଗୀରକୁ ଭୁବନେଶ୍ୱର ପରାସ୍ତ କରିଛି । ଅନ୍ୟ ମୁକାବିଲାରେ ଭଦ୍ରକକୁ ବଲାଙ୍ଗୀର, ଯାଜପୁରକୁ ପୁରୀ, ମୟୂରଭଞ୍ଜକୁ ସୁନ୍ଦରଗଡ ଟିମ ପରାସ୍ତ କରିଛି । ଡିସେମ୍ବରରେ ହେବାକୁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଖେଳିବା ପାଇଁ ସୁଯୋଗ ମିଳିବ । ୧୨୫୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି ।

ଚଳିତମାସ ୧୯ରୁ ୨୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଭରାଲ ୯୦ଟି ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ ୨୨ରେ ଖେଳାଯିବ । ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ରାମଚନ୍ଦ୍ର ଦାସ ମହାପାତ୍ର ଓ ରବି ଶଙ୍କର ପ୍ରତିହାରୀ ଏହାକୁ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.