Latest Odisha News

BREAKING NEWS

ବିଜେପିକୁ ଭୋଟ ଦେବା ପାଇଁ ମୋଦି ଲେଖିଲେ ଚିଠି, କଂଗ୍ରେସ କହିଲା ହାରିବା ଭୟ ଘାରିଛି !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ରାଜନୈତିକ ବାତାବରଣ ସରଗରମ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମପିରେ ଟିକେଟ ବଣ୍ଟନକୁ ନେଇ ବିଜେପିରେ ବିଦ୍ରୋହ ଚାଲିଥିବା ବେଳେ ଏବେ କଂଗ୍ରେସ ୨୩୦ ସିଟ ମଧ୍ୟରୁ ୨୨୯ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ବେତୁଲ ଜିଲ୍ଲାର ଆମଲା ସିଟକୁ ଛାଡି ଦଳ ସବୁ ସିଟରେ ପ୍ରାର୍ଥୀ ଘୋଷଣା କରିଛି। ଏହି ସିଟରେ ଦଳ ଡେପୁଟି କଲେକ୍ଟର ନିଶା ବାଂଗରେଙ୍କୁ ପ୍ରାର୍ଥୀ କରିପାରେ। ଏପରିକି ଟିକେଟ ଘୋଷଣା ପରେ କଂଗ୍ରେସରେ ବିଦ୍ରୋହ ମଧ୍ୟ ତେଜିଛି। ଚାପ ଯୋଗୁ ଦଳ ତିନୋଟି ସିଟରେ ପ୍ରାର୍ଥୀ ପରିବର୍ତ୍ତନ କରିଛି।

ଟିକେଟ କଟିବା ପରେ ଏମପିର ଯାବରା, ବୁରହାନପୁର, ରିବା, ଶିଵନୀ ମାଲବା, ସେମରିୟା ଆଦି ଅଂଚଳରେ ବିରୋଧ ପ୍ରଦର୍ଶନ ହେବା ସହ କିଛି ନେତା ଦଳ ମଧ୍ୟ ଛାଡିଛନ୍ତି।

ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଏମପି ବାସୀଙ୍କୁ ଚିଠି ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ପୂର୍ବ ୨୦ ବର୍ଷ ଧରି ବିଜେପି ପକ୍ଷରୁ କରାଯାଇଥିବା ବିକାଶ କାର୍ଯ୍ୟ ସମ୍ପର୍କରେ ସେ ଅବଗତ କରାଇଛନ୍ତି। ଏଥିସହିତ ଏମପିବାସୀଙ୍କୁ ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ସେ ନିବେଦନ କରିଛନ୍ତି।

ମୋଦିଙ୍କ ସାମାଜିକ ଗଣମାଧ୍ୟମରେ ବିଜେପି ପକ୍ଷରୁ ଏହି ଚିଠି ଜାରି କରାଯାଇଛି। ଯେବେ ବି ସେ ଏମପି ଆସନ୍ତି ତାଙ୍କୁ ଅତୁଟ ପ୍ରେମ ଓ ଉର୍ଜା ମିଳେ। ୨୦ ବର୍ଷ ମଧ୍ୟରେ ଏମପିର ଅର୍ଥ ବ୍ୟବସ୍ଥାକୁ ବିଜେପି ଦେଶର ଶୀର୍ଷ ୧୦ ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ କରିଥିବା ମୋଦି କହିଛନ୍ତି।

ଏହା ପୂର୍ବରୁ ଏମପି ବିମାରୁ ରାଜ୍ୟ ଭାବେ ପରିଗଣିତ ହେଉଥିଲା। ୨୦୦୩ ପୂର୍ବରୁ ଏମପିରେ ରାସ୍ତା, ବିଜୁଳି, ପାଣି ଆଦି ମୌଳିକ ସୁବିଧା ଅଭାବ ଥିବା ମୋଦି ଚିଠିରେ କହିଛନ୍ତି। ବିଜେପି ଉଦ୍ୟମରେ ରାଜ୍ୟରେ ପାଞ୍ଚ ଲକ୍ଷ କିଲୋମିଟର ନୂଆ ରାସ୍ତା କରାଯିବା ସହ ୬୫ ଲକ୍ଷ ଘରେ ପାନୀୟ ଜଳ ଯୋଜନା ପହଂଚାଯାଇଛି। ଏହିପରି ଅନେକ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଏମପି ବାସୀଙ୍କୁ ଅବଗତ କରାଇଛନ୍ତି ପିଏମ ମୋଦି।

ସେପଟେ କଂଗ୍ରେସ ଏହାକୁ ନେଇ ପ୍ରତିକ୍ରିୟା ରଖିଛି। କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂ ବର୍ମା କହିଛନ୍ତି କି ଏମପି ମହଙ୍ଗା ରାଜ୍ୟ ମଧ୍ୟରେ ସବୁଠୁ ଉପରେ। ଏପରିକି ଯେଉଁଠି ବିଜେପି ସରକାର ଅଛି ସେଠି ପେଟ୍ରୋଲ ଦାମ ୧୦୦ ଟଙ୍କା ଭିତରେ ଅଛି କିନ୍ତୁ ଏମପିରେ ଟ୍ୟାକ୍ସ ଅଧିକ ଥିବାରୁ ପେଟ୍ରୋଲ ଦର ସବୁଠୁ ଅଧିକ ରହିଛି ବୋଲି ଖୋଦ ପିଏମ ମୋଦି କହିଥିବା କଂଗ୍ରେସ ନେତା କହିଛନ୍ତି।

ଏପରିକି ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢୁଛି ଓ ବିଜେପିକୁ ବିଦାୟ ନେବାକୁ ପଡୁଛି ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପଡୁଛି ବୋଲି କଂଗ୍ରେସ ମୁଖପାତ୍ର ବିବେକ ଗୁପ୍ତା କହିଛନ୍ତି।

Leave A Reply

Your email address will not be published.