Latest Odisha News

BREAKING NEWS

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଦାସିଆ ସାଂସ୍କୃତିକ ପରିଷଦ’, ତରଫରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଶେଷlନନ୍ଦ ମିଶ୍ର ଓ କାର୍ତ୍ତିକ ମଲ୍ଲିକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ l

ମୁଖ୍ୟ ଅତିଥି ଡ଼. ମିଶ୍ର ନିଜ ବକ୍ତବ୍ୟରେ ଓଡ଼ିଆ ଭାଷାର ଉନ୍ନତି ଓ ସମୃଦ୍ଧି ନିମନ୍ତେ ଆମକୁ ତୃଣମୂଳ ସ୍ତରରୁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିବାବେଳେ ମୁଖ୍ୟବକ୍ତା ନିଜ ଅଭିଭାଷଣରେ ସାହିତ୍ୟିକମାନେ ଆମ ସମାଜର ବୌଦ୍ଧିକ ସମ୍ବଳ ବୋଲି ମତବ୍ୟକ୍ତ କରିଥିଲେ l

ରାଧାରାଣୀ ସରକାର ଓ ସର୍ବାଣୀ ଦାସ ସଂଯୋଜନାରେ ଆୟୋଜିତ ଏହି କବିତା ଆସରରେ ସାବିତ୍ରୀ ପୁରୋହିତ, ଲୋପାମୁଦ୍ରl ମୈକାପ, ରଞ୍ଜିତା ମିଶ୍ର, ଆହୁତି ମହାନ୍ତି, ମିନାକ୍ଷୀ ଦ୍ବିବେଦୀ, ସ୍ୱାଗତିକା ବାହିନୀପତି, ସତ୍ୟବ୍ରତ ପ୍ରଧାନ, ଅମରେଶ ମହାନ୍ତି, ଚନ୍ଦନା ମଲ୍ଲିକ ଓ ଧନେଶ୍ୱର ପୁହାଣ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l କବିତାଗୁଡିକୁ ନଗେନ୍ଦ୍ର କୁମାର ରାଉତ ସମୀକ୍ଷା କରିଥିଲେ l

ଏମ. ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଟୁଟୁବାବୁ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଚନ୍ଦନା ମଲ୍ଲିକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ l ପରିଶେଷରେ କାହ୍ନୁ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.