ଭୁବନେଶ୍ୱର: କର୍ଣାଟକରେ ବିଜେପିକୁ ପରାଜୟର ସ୍ବାଦ ଚାଖିବାକୁ ପଡିବ କି ? ରାହୁଲଙ୍କ ଯାଦୁ କର୍ଣାଟକରେ କାର୍ଯ୍ୟ କରିବ କି ?ଏମିତି କିଛି କଳ୍ପନାଜଳ୍ନନା ନିର୍ବାଚନର ବହୁ ପୂର୍ବରୁ ପ୍ରକାଶ ପାଇଲାଣି ।
କର୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଉପରେ କାର୍ୟ୍ଯାନୁଷ୍ଠାନ ଏବଂ ତାଙ୍କ ସଦସ୍ୟ ପଦ ରଦ୍ଦ ରାହୁଲଙ୍କ ସପକ୍ଷରେ ଏକ ବଡ ବାତାବରଣ ତିଆରି କରିଛି । ଏହାର ପ୍ରତିଫଳନ କର୍ଣାଟକରେ ଦେଖିବାକୁ ମିଳିବ ବୋଲି ସଂକେତ ମିଳିଲାଣି ବୋଲି ଚର୍ଚା ହେଉଛି । ନିର୍ବାଚନ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରାକ ନିର୍ବାଚନ ସର୍ଭେ ରିପୋର୍ଟରୁ ଏ କଥା ଦେଖିବାକୁ ମିଳୁଛି ।
ଏବିପି ସି ଭୋଟର ସର୍ଭେରେ ବିଜେପିକୁ ମାତ୍ର ୬୮ ରୁ ୮୦ ଆସନ ମିଳୁଥିବାବେଳେ କଂଗ୍ରେସକୁ ୧୧୫ ରୁ ୧୨୭ ଆସନ ମିଳିପାରେ ବୋଲି କୁହାଯାଇଛି । ସେହିପରି ଜେଡିଏସକୁ ୨୩ ରୁ ୩୫ ଆସନ ମିଳିପାରେ ବୋଲି କୁହାଯାଇଛି । ଲୋକପୋଲ ସର୍ଭେ ଅନୁଯାୟୀ ୧୧୬ ରୁ ୧୨୩ ଆସନ କଂଗ୍ରେସକୁ ମିଳିବ ବୋଲି ଆକଳନ କରାଯାଉଥିବାବେଳେ ବିଜେପି ୭୭ ରୁ ୮୩ ଏବଂ ଜେଡିଏସ ୨୧ ରୁ ୨୭ ସିଟ ମଧ୍ୟରେ ଜିତିବ ବୋଲି ଓପିନିଅନ ପୋଲରେ କୁହାଯାଇଛି।
କର୍ଣାଟକରେ ବିଜେପି ସରକାରର ପ୍ରଦର୍ଶନକୁ ୫୦ ପ୍ରତିଶତକୁ ଅଧିକ ଲୋକ ବିଫଳ ବୋଲି କହିଥିବା ବିଭିନ୍ନ ସର୍ଭେରେ ଆସିଥିବାବେଳେ ୨୭ ପ୍ରତିଶତ ଲୋକେ ପ୍ରଦର୍ଶନରେ ଖୁସି ଥିବା କୁହାଯାଇଛି । ସେହିଭଳି ବେରୋଜଗାର କର୍ଣାଟକ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସର୍ଭେ ଅନୁଯାୟୀ କୁହାଯାଇଛି । ଏପରିକି ସି ଭୋଟର ସର୍ଭେ ଅନୁଯାୟୀ କଂଗ୍ରେସ ନେତା ସିଦ୍ଧରମେୟାଙ୍କୁ ୩୯ ପ୍ରତିଶତ ଲୋକେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବାବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ୩୧ ପ୍ରତିଶତ ଲୋକେ ଏବଂ ଜେଡିଏସ ନେତା ଏଚ ଡି କୁମାରସ୍ବାମୀଙ୍କୁ ୨୧ ପ୍ରତିଶତ ଲୋକେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।
କର୍ଣାଟକରେ ନିୟମିତ ବ୍ୟବଧାନରେ ସରକାର ବଦଳୁଥିବା ଟ୍ରେଣ୍ଡ ରହିଥିବାବେଳେ ଏଥର କିନ୍ତୁ ବିଜେପି ସରକାରକୁ ଫେରିବାକୁ ଜୋରଦାର ଉଦ୍ୟମ କରୁଥିବା ଦେଖାଯାଇଛି । କିନ୍ତୁ ଏଥିରେ ବଡ ପ୍ରତିବନ୍ଧକ ସାଜିଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ବିରୋଧରେ କାର୍ଯାନୁଷ୍ଠାନ ପରେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳୁଛି ଏବଂ ନିର୍ବାଚନରେ ଏହା ପ୍ରତିଫଳିତ ହେବ ବୋଲି ଆଲୋଚନା ହେଉଛି ।
ସେପଟେ କର୍ଣାଟକରେ ବିଜେପିର ଟିକେଟ ଅଂକ ଛିଡୁ ନ ଥିବା କୁହାଯାଉଛି । ରାଜ୍ୟର ୪୦ରୁ ଅଧିକ ଆସନରେ ବିଜେପିର ୩ ରୁ ୫ ଜଣ ଦାବିଦାର ଥିବା କୁହାଯାଉଛି । ଯେଉଁଥିପାଇଁ ଦଳ ଟିକେଟ ଫାଇନାଲ କରିପାରୁନି । ଏପରିକି ଯିଏ ଟିକେଟ ନ ପାଉଛି ସେ ବିଦ୍ରୋହୀ ଭାବେ ଉଭା ହେବ ବୋଲି କୁହାଯାଉଛି ।
ନିଜ ଦଳରେ ଟିକେଟ ଅଂକ ଛିଡୁ ନ ଥିବାବେଳେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କିନ୍ତୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସର ୬୦ରୁ ଅଧିକ ସିଟରେ ଭଲ ପ୍ରାର୍ଥୀ ନ ଥିବାବେଳେ ଦଳ ପୂର୍ବଠାରୁ ଖରାପ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବୋମାଇ । ଯାହାକୁ ନେଇ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଏପରିକି ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଉପରେ କଂଗ୍ରେସର ଷ୍ଚାଣ୍ଡ କ୍ଲିଅର ନ ଥି୍ବା କୁହାଯାଇଛି । କିନ୍ତୁ ଏହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ସେପଟେ ନିଜର ଅନେକ ସମସ୍ୟା ଥିବାବେଳେ ବିଜେପି ଏହାକୁ ଦୂର ନ କରି କଂଗ୍ରେସ କଥାରେ ମୁଣ୍ଡ ଖେଳାଇବାକୁ ନେଇ ଚର୍ଚା ଜୋର ଧରିଛି ।
Comments are closed.