Latest Odisha News

BREAKING NEWS

Suvendu Adhikari Aide’s Mother: ମୃତ ପିଏ ଚନ୍ଦ୍ରକାନ୍ତଙ୍କ ମାଆ କାନ୍ଦି କାନ୍ଦି କହିଲେ-‘ଟିଏମସି ଦେଇଥିଲା ଧମକ,ଯାହାର ପରିଣାମ ମୋ ପୁଅ…’

କୋଲକତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାର ମଧ୍ୟମଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଗୁଳିମାଡ଼ରେ ଚନ୍ଦ୍ରନାଥଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଚନ୍ଦ୍ରନାଥଙ୍କ କାର୍ ଅଟକାଇ ଆକ୍ରମଣକାରୀ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଘଟଣା ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ପୋଲିସ ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି।

ଏପଟେ ଏହି ହତ୍ୟାକାଣ୍ଡକୁ ନେଇ ତାଙ୍କ ମାଆ ହସିରାଣୀ ରଥଙ୍କ ବୟାନ ସାମ୍ନାକୁ ଆସିଛି । ସେ କହଛନ୍ତି ଯେ, “ମୁଁ ଦୋଷୀମାନଙ୍କ ପାଇଁ ଦଣ୍ଡ ଚାହୁଁଛି। କିନ୍ତୁ ମୁଁ ମଧ୍ୟ ଜଣେ ମାଆ, ତେଣୁ ମୁଁ ସେମାନଙ୍କୁ ଫାଶୀ ଦେବାକୁ ଚାହୁଁନାହିଁ। ମୁଁ ଦୋଷୀମାନଙ୍କ ପାଇଁ ଆଜୀବନ କାରାଦଣ୍ଡ ଚାହୁଁଛି।”

ହସିରାଣୀ ରଥ ଟିଏମସି ଉପରେ ହତ୍ୟାର ଅଭିଯୋଗ ଆଣିଥିଲେ। ସେ କହିଥିଲେ, “ଶୁଭେନ୍ଦୁ ବାବୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ପରଠାରୁ ମୋ ପରିବାର ଏପରି ଧମକର ସମ୍ମୁଖୀନ ହୋଇଆସୁଛନ୍ତି। ନିର୍ବାଚନ ପୂର୍ବରୁ ଟିଏମସି ନେତାମାନେ ଧମକ ଦେଇଥିଲେ ଯେ ୪ ମେ ପରେ ଦିଲ୍ଲୀର ବାପା ମଧ୍ୟ ତାଙ୍କୁ ରକ୍ଷା କରିପାରିବେ ନାହିଁ, ଏବଂ ସେମାନେ ସେହିପରି ହିଁ କରିଲେ। ଯଦି ମୋ ପୁଅ ଦୁର୍ଘଟଣାରେ ପ୍ରାଣ ହରେଇଥାନ୍ତା , ତେବେ ମୁଁ ଏତେ କଷ୍ଟ ଅନୁଭବ କରିନଥାନ୍ତି। ଗୁଣ୍ଡାମାନେ ମୋ ପୁଅକୁ ଯେଉଁଭଳି ଭାବରେ ହତ୍ୟା କଲେ ତାହା ଦେଖି ମୁଁ ଦୁଃଖିତ।”

ହସିରାଣୀ ରଥ କହିଛନ୍ତି ଯେ ବିଜେପି ରାଜ୍ୟ ସଭାପତି ଏବଂ ନେତାମାନେ ବାରମ୍ବାର କହୁଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରହିବା ଉଚିତ। କିନ୍ତୁ ଟିଏମସି ସଦସ୍ୟମାନେ ବିଭିନ୍ନ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଥିଲେ, ଯାହାର ପରିଣାମ ମୋ ପୁଅକୁ ଭୋଗିବାକୁ ପଡିଲା।

ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଯେଉଁଭଳି ଭାବେ ହତ୍ୟା କରାଗଲା ଏହା ସ୍ୱାଭାବିକ ନୁହେଁ। ଏହା ଜଣେ ତାଲିମପ୍ରାପ୍ତ ଶୁଟର ଦ୍ୱାରା କରାଯାଇଥିଲା। ଏହା ଏକ ସୁଚିନ୍ତିତ ଯୋଜନା ଆଧାରରେ ହୋଇଥିଲା। ଏହା ତଦନ୍ତର ବିଷୟ।”

Leave A Reply

Your email address will not be published.