Latest Odisha News

BREAKING NEWS

ସ୍ୱାମୀ ବିବେକାନନ୍ଦଙ୍କ ନୀତିବାଣୀ: ନିଜ ଭିତରୁ ଆଜି ହିଁ ଦୂର କରନ୍ତୁ ଏହି ୪ଟି ନକାରାତ୍ମକ ଚିନ୍ତାଧାରା

ସ୍ୱାମୀ ବିବେକାନନ୍ଦ ସର୍ବଦା ବିଶ୍ୱାସ କରୁଥିଲେ ଯେ ମଣିଷର ପ୍ରକୃତ ଶକ୍ତି ତା’ର ଶାରୀରିକ ବଳରେ ନୁହେଁ, ବରଂ ତା’ର ଚିନ୍ତାଧାରାରେ ନିହିତ। ଯଦି ଜଣେ ବ୍ୟକ୍ତିର ମାନସିକତା ସକାରାତ୍ମକ, ଆତ୍ମବିଶ୍ୱାସରେ ଭରା ଏବଂ ଲକ୍ଷ୍ୟ ପ୍ରତି ସମର୍ପିତ ହୋଇଥାଏ, ତେବେ କୌଣସି ପ୍ରତିକୂଳ ପରିସ୍ଥିତି ତା’ର ରାସ୍ତା ଅଟକାଇ ପାରିବ ନାହିଁ। କିନ୍ତୁ ଆମ ଭିତରେ ଏପରି କିଛି ନକାରାତ୍ମକ ଅଭ୍ୟାସ ରହିଛି, ଯାହା ଧୀରେ ଧୀରେ ଆମ ଆତ୍ମବିଶ୍ୱାସକୁ ଖୋକଲା କରିଦିଏ। ଏହାର ପ୍ରଭାବରେ ବ୍ୟକ୍ତି ନିଜ କ୍ଷମତା ଉପରେ ସନ୍ଦେହ କରିବା ଆରମ୍ଭ କରେ। ଆସନ୍ତୁ ଜାଣିବା ସେହି ୪ଟି ଚିନ୍ତାଧାରା ବିଷୟରେ ଯାହାକୁ ବଦଳାଇ ଆମେ ଜୀବନକୁ ଏକ ନୂଆ ଏବଂ ଉଜ୍ଜ୍ୱଳ ଦିଗ ଦେଇପାରିବା ।

“ମୁଁ ଏହି କାମ କରିପାରିବି ନାହିଁ” କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଜକୁ ଦୁର୍ବଳ ବୋଲି ମାନିନେବା ସଫଳତାର ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥାଏ । ସ୍ୱାମୀ ବିବେକାନନ୍ଦ ନିଜ ଉପରେ ଅତୁଟ ଭରସା ରଖିବାକୁ ପରାମର୍ଶ ଦେଉଥିଲେ । ଆସୁଥିବା ଆହ୍ୱାନକୁ ଅସମ୍ଭବ ବୋଲି ନଭାବି, ଏହାକୁ କିଛି ନୂଆ ଶିଖିବାର ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ୍ ।

“ଲୋକେ କ’ଣ କହିବେ?” ସବୁବେଳେ ଅନ୍ୟମାନଙ୍କ ମତାମତକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ନିଜ ଲକ୍ଷ୍ୟ ଓ ଇଚ୍ଛାରୁ ବହୁ ଦୂରେଇ ଯାଏ। ସମାଜର କଟୁ କଥାକୁ ଡରି ନିଆଯାଉଥିବା ନିଷ୍ପତ୍ତି ଆମ ଆତ୍ମବିଶ୍ୱାସକୁ ଦୁର୍ବଳ କରିଥାଏ । ଅନ୍ୟ କଥାରେ ପ୍ରଭାବିତ ନହୋଇ ନିଜର ପରିଶ୍ରମ, ନିଷ୍ଠା ଏବଂ ଲକ୍ଷ୍ୟ ଉପରେ ବିଶ୍ୱାସ ରଖି ଆଗକୁ ବଢ଼ିବା ଦରକାର ।

“କେବଳ ମୋ ସହିତ ଏମିତି କାହିଁକି ହୁଏ?” କଷ୍ଟକର ସମୟରେ ନିଜକୁ ସର୍ବଦା ଦୁର୍ଭାଗ୍ୟବାନ ବୋଲି ଭାବିବା ଏକ ମାନସିକ ରୋଗ । ଏହା ବ୍ୟକ୍ତିକୁ ସମସ୍ୟାର ସମାଧାନ ଖୋଜିବା ପରିବର୍ତ୍ତେ ନିରାଶାର ଅନ୍ଧକାରରେ ବୁଡ଼ାଇ ରଖେ। ସବୁ ପରିସ୍ଥିତି ଆମ ନିୟନ୍ତ୍ରଣରେ ନଥାଏ ସତ, କିନ୍ତୁ ଆମେ କିପରି ଏହାର ସାମ୍ନା କରିବା ତାହା ସମ୍ପୂର୍ଣ୍ଣ ଆମ ହାତରେ ଥାଏ। ଏଣୁ ସମସ୍ୟା ବଦଳରେ ସମାଧାନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ ।

“ସବୁ ଠିକ୍ ହେଲା ପରେ ଆରମ୍ଭ କରିବି” ଅନେକ ସମୟରେ ବିଫଳତାର ଭୟ ବ୍ୟକ୍ତିକୁ ପ୍ରଥମ ପଦକ୍ଷେପ ନେବାକୁ ଅଟକାଇ ଦିଏ। ଉପଯୁକ୍ତ ସମୟକୁ ଅପେକ୍ଷା କରୁକରୁ ଅନେକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯାଏ। ସ୍ୱାମୀଜୀଙ୍କ ମତରେ ଆଗକୁ ବଢ଼ିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ । ଭୁଲରୁ ଶିକ୍ଷା ଲାଭ କରି ହିଁ ରାସ୍ତାକୁ ଅଧିକ ସୁଗମ କରାଯାଇପାରିବ ।

ଏହି ନକାରାତ୍ମକ ବିଚାରଧାରାକୁ ଗୋଟିଏ ଦିନରେ ବଦଳାଇବା ସହଜ ନୁହେଁ । ଏଥିପାଇଁ ଧୈର୍ଯ୍ୟର ସହ ନିଜ ଉପରେ କାମ କରିବାକୁ ପଡ଼ିବ । ନିଜର ଦୁର୍ବଳତାକୁ ସ୍ୱୀକାର କରନ୍ତୁ, କିନ୍ତୁ ତାକୁ ନିଜର ପରିଚୟ ହେବାକୁ ଦିଅନ୍ତୁ ନାହିଁ । ବିଫଳତାକୁ ଅନ୍ତ ନୁହେଁ, ବରଂ ଶିକ୍ଷା ଭାବେ ଗ୍ରହଣ କରି ନିଜ ତି ଉପରେ ଧ୍ୟାନ ଦିଅନ୍ତୁ ।

Leave A Reply

Your email address will not be published.