Latest Odisha News

BREAKING NEWS

Browsing Tag

COVID19

ଦିନକରେ ଭାରତରୁ ୪୧୦୬ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ୪ ହଜାର ୧୦୬ ଆକ୍ରାନ୍ତଙ୍କ ଜୀବନ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

୨୪ ଘଣ୍ଟାରେ ରାଜ୍ୟରୁ ୧୦,୭୫୭ କରୋନା ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୭୫୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧ ହଜାରରୁ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୧ ହଜାର ୭୩୨। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୦୨୪ କ୍ବାରେନଣ୍ଟାଇନ ଓ ୪୭୩୩ ଲୋକାଲ କେସ୍ ରହିଛି।…

ଭାରତରେ କରୋନା ସ୍ଥିତି ଚିନ୍ତାଜନକ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ନଜର ଆସୁଛି। ଏପରିକି କ୍ରମାଗତ ଭାବେ ଦେଶରେ ତିନି ଲକ୍ଷରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଗଣମାଧ୍ୟମକୁ ସୂଚନା ଦେଇ…

ଭାରତରେ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୪ ହଜାର ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୨,୪୦,୪୬,୮୦୯କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ରାଉରକେଲାରେ ୧୮+ ବର୍ଗଙ୍କୁ ଟିକାକରଣ, ଦ୍ୱିତୀୟ ଦିନରେ ନେଲେ ୩୨୬୩ ଜଣ

ରାଉରକେଲା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଗୁରୁବାର ଦିନ ମୋଟ ୩୨୬୩ ଜଣ ଟିକା ନେଇଛନ୍ତି। ସୂଚନା ଅନୁଯାୟୀ, ଟିକାକରଣ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି। ଯେଉଁମାନେ ଅନଲାଇନ ପଞ୍ଜୀକରଣ…

ରାଉରକେଲାକୁ କୋଭିଡମୁକ୍ତ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି: କମିଶନର

ରାଉରକେଲା: ରାଉରକେଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି। "ଯେଉଁସବୁ ଅଞ୍ଚଳରେ ଟେଷ୍ଟିଂ ବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ କେସ୍ ଆସୁଛି ସେହି ସ୍ଥାନରେ ସଂକ୍ରମଣକୁ ରୋକିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ…

ରାଜ୍ୟରୁ ସୁସ୍ଥ ହେଲେ ୮୫୪୭ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮୫୪୭ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଖୋର୍ଦ୍ଧାରୁ ୧୧୬୫, କଟକରୁ ୫୯୩, ସୁନ୍ଦରଗଡରୁ ୫୯୧, ସମ୍ବଲପୁରରୁ ୫୧୮, ବରଗଡରୁ ୪୩୬, ନୂଆପଡାରୁ ୪୧୧,…

ଭୁବନେଶ୍ୱରରୁ ୧୨୯୪ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୧୧୩୧ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୧୨୯୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୩ ଓ ସ୍ଥାନୀୟ ଅଂଚଳରୁ ୧୧୩୧ ଜଣ…

ଟେଷ୍ଟିଂ ବୃଦ୍ଧି ପରେ ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ରାଜ୍ୟରୁ ଆଉ ୧୦, ୯୮୨ ପଜିଟିଭ୍

ଭୁବନେଶ୍ୱର: ଦିନକର ବ୍ୟବଧାନ ପରେ ପୁଣି ରାଜ୍ୟରେ ୧୦ ହଜାର ପାର୍ ହୋଇଛି ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୯୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଅପେକ୍ଷା ଆଜି ଟେଷ୍ଟିଂ ବଢ଼ିଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୪୬ ହଜାର ୨୪୧ଟି…

କରୋନା ନେଲା ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ

ରାୟଗଡ଼ା: କରୋନା କବଳରେ କୋଭିଡ୍ ଯୋଦ୍ଧା । ରାଜ୍ୟରେ କରୋନା ମହାମାରୀ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଜୀବନ ନେଇ ଚାଲିଛି । କରୋନାରେ ରାୟଗଡ଼ା ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ବେଙ୍ଗଳୁରୁରେ ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଶରତ…