Latest Odisha News

BREAKING NEWS

Browsing Tag

Cuttack

କୋଭିଡ ନିୟମ ଉଲ୍ଲଙ୍ଘନ: ୬ଟି ଦୋକାନ ସିଲ୍ କଲା ସିଏମ୍‌ସି

କଟକ: ସିଲ୍ ହେଲା କଟକର ୬ଟି ଦୋକାନ । ସାମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ୬ଟି ଦୋକାନକୁ ସିଲ୍ କଲା କଟକ ମହାନଗର ନିଗମ। ସହରରେ ଥିବା ୨ ଟି କପଡା ଦୋକାନ, ବାଦାମବାଡିରେ ଥିବା ୨ଟି ମୋବାଇଲ ଦୋକାନ, ଏକ ସୁଇଟ୍ସ ଷ୍ଟଲ ଏବଂ ଅନ୍ୟ ଏକ ଦୋକାନକୁ ସିଲ କରିଛି ସିଏମସି। ସହରରେ ସାମାଜିକ…

ମାନବିକତାର ପ୍ରତୀକ: ଡାକ୍ତର ସନାତନ ରଥ

ଭାରତର ପ୍ରସିଦ୍ଧ ସ୍ନାୟୁରୋଗ ବିଶେଷଜ୍ଞ ଡା. ସନାତନ ରଥ ଆଉ ନାହାଁନ୍ତି । ଏ ମହାଶୟଙ୍କୁ ଜୀବନରେ ଥରେ ମାତ୍ର ଦର୍ଶନ କରିଛି । କିନ୍ତୁ ସେ ସାକ୍ଷାତ ଆଜି ପର୍ଯ୍ୟନ୍ତ ଜୀବନ୍ତ ରହିଛି । ୧୯୭୪ ମସିହା କଥା । ସେତେବେଳେ ମୁଁ ବାଲେଶ୍ୱର ଜିଲ୍ଲା ଭଣ୍ଡାରିପୋଖରୀ ପି.ଏଚ୍‌.ସି.ରେ ବ୍ଲକ୍…

କରୋନା ଆତଙ୍କ: କଟକ ଜିଲ୍ଲାରେ ୯୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ଜିଲ୍ଲାରେ ଶୁକ୍ରବାର ଦିନ ୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, କାନପୁରରେ ୨୬, କଟକ ସହରରେ ଜଣେ, ନିଶ୍ଚିନ୍ତକୋଇଲିରେ ୪୩ ଜଣ, ନିଆଳିରେ ୧୧, ସାଲେପୁରରେ ୨ଜଣ, ମାହାଙ୍ଗାରେ ୫ ଜଣ (ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ…

ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ

କଟକ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବରିଷ୍ଠ ମହିଳା ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ଜଣେ ବିଚାରପତି ରୂପେ ନିଯୁକ୍ତ କରିଛନ୍ତି । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେ ଜୁନ ୧୧ରେ ବିଚାରପତି ଭାବେ ଶପଥ ନେଇ ପାରନ୍ତି । ହାଇକୋର୍ଟ…

ଫୋନରେ ପତ୍ନୀଙ୍କୁ ଦେଲେ ତିନି ତଲାକ, ଗିରଫ କଲା ପୋଲିସ

କଟକ: ପତ୍ନୀଙ୍କୁ ଫୋନ ମାଧ୍ୟମରେ ‘ତିନି ତଲାକ୍‌’ ଦେଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଦାଲତ ଜାମିନ ନଦେବା ଫଳରେ ଏହି ଅଭିଯୁକ୍ତଙ୍କୁ ଚୌଦ୍ୱାର ସର୍କଲ୍ ଜେଲକୁ ପଠାଇ ଦିଆଯାଇଛି । ଗଣମାଧ୍ୟମକୁ ସୂଚନାଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ…

କଟକରେ ୪୯ ଜଣ ଏନଡ଼ିଆରଏଫ ଯବାନଙ୍କ ସମେତ ୫୨ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ମୁଣ୍ଡୁଳି ସ୍ଥିତ ଏନଡ଼ିଆରଏଫ କ୍ୟାମ୍ପର ୪୯ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।  ୩ ଦିନ ତଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅମ୍ଫନ ବାତ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୋଲକାତା ଯାଇଥିଲା ଏନଡ଼ିଆରଏଫ ଟିମ୍ । ଏହାସହ ମୁଣ୍ଡଳୀ ଏନଡ଼ିଆରଏଫ…

ଆରମ୍ଭ ହେବ ଏସ ସି ବି ସମ୍ପ୍ରସାରଣ କାର୍ଯ୍ୟ; ସୂଚନା ଦେଲେ ଜିଲ୍ଲାପାଳ

କଟକ: କଟକ: କଟକ ଜିଲ୍ଲାରେ କୋଭିଡ୍ ମୁକାବିଲା ଲାଗି ଦୀର୍ଘ ଦିନ ଧରି ସ୍ଥଗିତ ରହିଥିଲା ଏସସିବି ମେଡ଼ିକାଲ ସମ୍ପ୍ରସାରଣ କାର୍ଯ୍ୟ । ତେବେ ଜିଲ୍ଲାରେ ସ୍ଥଗିତ ଥିବା ଏସ ସି ବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପାର୍ଶ୍ଵ ରାସ୍ତା ଗୁଡ଼ିକୁ ଅବରୋଧ ମୁକ୍ତ କରି ୩ ଲାଇନ (ଉଭୟ ପାର୍ଶ୍ୱ)…

କ୍ୱାରେଂଟିନ ସେଣ୍ଟରରେ ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ

ଆଠଗଡ: ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ । କ୍ୱାରେଂଟିନ ସେଂଟରରେ ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କରିଛନ୍ତି ପ୍ରବାସୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରରେ । ବ୍ଲକର ବିଭିନ୍ନ କ୍ୱାରେଂଟିନ ସେଂଟରରେ ନାନା ସମସ୍ୟା ଥିବା ଅଭିଯୋଗ ହୋଇଛି । ବିଶେଷକରି ନରସିଂହପୁର କଲେଜରେ…

ଆଜିଠୁ କଟକରେ ଜୋମାଟୋରେ ମିଳିବ ମଦ

ଭୁବନେଶ୍ୱର: ଆଜିଠୁ କଟକରେ ଅନ୍‌ଲାଇନ୍‌ରେ ମିଳିବ ମଦ । ଲୋକେ ଘର ବସି ଜୋମାଟୋରେ ଅନ୍‌ଲାଇନ୍ ଅର୍ଡର କରିବେ । ମନ ପସନ୍ଦର ମଦ ଅର୍ଡର କରିପାରିବେ । ଆଉ ଅର୍ଡର କିଛି ଘଂଟା ମଧ୍ୟରେ ଘରେ ପହଂଚିବ ମଦ । ସିଲିଭର ସିଟିରେ ଜୋମାଟୋରେ ମଦର ହୋମ ଡେଲିଭରି ଆରମ୍ଭ ହୋଇଥିବା ନେଇ ବ୍ୟବସାୟୀକ ସଂଘ…

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନ’କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ହାଇକୋର୍ଟ ଶନିବାର ଦିନ କରୋନା ରୋଗୀଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟର କୌଣସି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନକରିବାକୁ । “ରାଜ୍ୟର ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟ…